ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ,୧୯ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସାନ୍ତବାହାଳ ଗ୍ରାମର ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ହାୟାରପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଜବତ ହୋଇ ଶନିବାର ବ୍ୟବଚ୍ଛେଦ କରାଯାଇଛି। ଏନେଇ ପୋଲିସ କେସ୍‌ ୨୮୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଯୁବତୀ ଜଣକ ସାନ୍ତବାହାଳ ଗ୍ରାମର ହୋଇଥିବାବେଳେ ହାୟାରପୁର ଗ୍ରାମ ଜଙ୍ଗଲରେ ଝୁଲନ୍ତା ମୃତଦେହ ମିଳିଥିବାରୁ ତାଙ୍କୁ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ତଦନ୍ତକାରୀ ପୋଲିସ ଅଫିସର ଆଲୋକ ପରିଡା କହିଛନ୍ତି ଯେ, ପ୍ରାଥମିକ ସ୍ତରରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ହତ୍ୟା କରାଯାଇଥିବା ସନ୍ଦେହ କରାଯାଇ ତଦନ୍ତ ଜାରି ରହିଛି। ଘଟଣାର ମୋଡ଼ ପରିବର୍ତ୍ତନ ହୋଇପାରେ।