ଏହି ପୃଥିବୀରେ ଅନେକ ପ୍ରଜାତିର ଜୀବ ଦେଖିବାକୁ ମିଳନ୍ତି। ସମସ୍ତ ପ୍ରାଣୀ ବା ଜୀବ ନିଜସ୍ବ କ୍ଷେତ୍ରରେ ଅତୁଳନୀୟ। କେତେକ ଅଦ୍ଭୁତ ପ୍ରାଣୀ ଅଛନ୍ତି, ଯାହା ବିଷୟରେ ସମସ୍ତେ ଜାଣିବାକୁ ଚାହାନ୍ତି। ଆପଣ ନିଶ୍ଚୟ ଦୁନିଆର ସବୁଠୁ ବଡ଼, ଛୋଟ, ସୁନ୍ଦର ଏବଂ ବିପଜ୍ଜନକ ପ୍ରାଣୀମାନଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଏମିତି ଏକ ପ୍ରାଣୀ ଅଛି, ଯେ କି ଦୁନିଆର ସବୁଠୁ ଖୁସି ପ୍ରାଣୀ ଭାବରେ ଗଣାଯାଏ। ଏହି ପ୍ରାଣୀର ଚେହେରା ସବୁବେଳେ ହସୁଥିବା ଦେଖାଯାଏ। କିନ୍ତୁ ଏହା ସେପରି ନୁହେଁ। ଏହାର ଚେହେରାର ଗଠନ ଏପରି ଯେ ଏହା ସବୁବେଳେ ହସୁଥିବା ପରି ମନେହୁଏ। ଆସନ୍ତୁ ଜାଣିବା ଏହି ପ୍ରାଣୀର ନାମ କ’ଣ ଏବଂ ଏହା କେଉଁଠାରେ ଦେଖିବାକୁ ମିଳେ…
ଏହି ପ୍ରାଣୀର ନାମ କୋକ୍କା। ଏହା ପଶ୍ଚିମ ଅଷ୍ଟ୍ରେଲିଆର ଜଙ୍ଗଲରେ ଦେଖିବାକୁ ମିଳେ। ଏହି ପ୍ରାଣୀର ହସ ଆକର୍ଷଣୀୟ ଅଟେ। ଏହା ଦେଖିବାକୁ ମୂଷା ପରି।