Posted inଫୁରସତ

ସବୁଠାରୁ ସୁଖି ମଣିଷ

ଦୁଃଖ ସୁଖ ଦୁଇ ଭାଈ ପରି। ଏମିତି କେହି ନାହିଁ ଯିଏକି ଜୀବନରେ ଏହି ଦୁଇ ଅନୁଭୂତିକୁ ଅନୁଭବି ନାହିଁ। ହେଲେ ଏହା କେବେ ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଓ ସୁଖପରେ ଦୁଃଖ ନିଶ୍ଚୟ ଆସେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଜଣେ ବ୍ୟକ୍ତି ଅଛନ୍ତି ଯେକି ସବୁବେଳେ ଖୁସିରେ ରୁହନ୍ତି। ତାଙ୍କ ମୁହଁରେ କେବେ ଦୁଃଖର ଛାଇ ଦେଖିବାକୁ ମିଳି ନାହିଁ। ସେ ହେଉଛନ୍ତି ଆମେରିକା, କାଲିଫର୍ନିଆରେ ରହୁଥିବା ଜେଫ୍‌ ରିଜ୍‌। ସବୁବେଳେ ଖୁସି ରହୁଥିବାରୁ ତାଙ୍କ ନାମ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ସୁଖି ମଣିଷଭାବେ ମଧ୍ୟ ସ୍ଥାନ ପାଇଛି। ଜେଫ ବାୟୁସେନାର ଜଣେ ଅବସରକାଳୀନ ଅଧିକାରୀ ଅଟନ୍ତି। ୨୦୧୨ରେ ସେ ଡିଜ୍‌ନୀଲାଣ୍ଡ ଯିବା ଆରମ୍ଭ କରିଥିଲେ। ଆଉ ଦେଖିଲେ ସେଠାକୁ ଗଲେ ସମସ୍ତେ ନିଜର ସବୁ ଦୁଃଖ ଭୁଲି ଯାଉଛନ୍ତି। ତେଣୁ ସେ ସବୁଦିନ ଡିଜ୍‌ନୀଲାଣ୍ଡ ଯିବା ଆରମ୍ଭ କଲେ। ଅନେକ ସମୟରେ ତ ସେ ରାତିରେ ବି ସେଠାରେ ରହିଯାଆନ୍ତି, ଯାହା ତାଙ୍କୁ ବେଶ୍‌ ଖୁସି ଦିଏ। ଏମିତିରେ ଦୀର୍ଘ ୧୦ ବର୍ଷ ହେବ ସେ ଡିଜନୀଲାଣ୍ଡ ଯାଉଛନ୍ତି। ତେଣୁ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ ତାଙ୍କୁ ଏକ ଦଶକ ମଧ୍ୟରେ ସବୁଠାରୁ ସୁଖି ମଣିଷର ଆକ୍ଷା ଦେଇଛି। ତା’ସହ ଲଗାତାର ୨୯୯୫ ଦିନ ଡିଜ୍‌ନୀଲାଣ୍ଡ ଯାଇଥିବାରୁ ରିଜ୍‌ ଅନ୍ୟ ଏକ ଓ୍ବାର୍ଲଡ ରେକର୍ଡ ବି ହାସଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ସ୍ତ୍ରୀଙ୍କୁ ୧୦୦ ଥର କଲ୍‌ କରିବା ପଡିଲା ମହଙ୍ଗା, କାରଣ ଜାଣିଲେ…

ହାଇଗୋ,୧୬।୯: ଜଣେ ପୁରୁଷ ଦିନକୁ ପ୍ରାୟ ୧୦୦ଥର ନିଜ ସ୍ତ୍ରୀଙ୍କୁ ଫୋନ କଲ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ଉକ୍ତ ସ୍ବାମୀଙ୍କୁ ଗିରଫ...

ଫେମଶ ହେବାକୁ ବିଚ୍‌ ରାସ୍ତାରେ ଏମିତି ଶୋଇଲେ ଯୁବକ, ଏବେ ଯିବାକୁ ପଡିବ ଜେଲ

କାସଗଞ୍ଜ,୧୬।୯: ସୋସିଆଲ ମିଡିଆର କ୍ରେଜ ଲୋକଙ୍କ ମୁଣ୍ଡ ଉପରେ ଚଢିଛି । ଆଜିକାଲି, ଲୋକମାନେ ଫେମଶ ହେବା ପାଇଁ ଅଜବ କାର୍ଯ୍ୟ କରୁଥିବା ଦେଖାଯାଏ ଏବଂ...

ମୋଟରସାଇକେଲର ଜନ୍ମଦିନ ପାଳନ

ନୂଆଦିଲ୍ଲୀ: ସାଧାରଣତଃ ପୁରୁଷମାନଙ୍କର ମୋଟରସାଇକେଲ ପ୍ରତି ବିଶେଷ ଆଗ୍ରହ ରହିଥାଏ। ସେମାନେ ପରିବାର ସଦସ୍ୟଙ୍କ ପରି ନିଜ ବାଇକ୍‌ର ମଧ୍ୟ ଯତ୍ନ ନେଇଥାନ୍ତି। ନିକଟରେ ଏହିପରି ଏକ...

ମାଟି ଖୋଳୁ ଖୋଳୁ ମିଳିଲା ହଜାର ବର୍ଷର ପୁରୁଣା ମୂର୍ତ୍ତି

ପାଟନା: ବିହାରର ଲଖିସରାୟ ସହରର ଯୌନା ୱାର୍ଡ-୧ରେ ଥିବା ପ୍ରସିଦ୍ଧ ଅଶୋକଧାମ ମନ୍ଦିର ନିକଟସ୍ଥ ବିଲରେ ଶନିବାର ଫୁଲ ଗଛ ଲଗାଇବା ଉଦ୍ଦେଶ୍ୟରେ ଅନିଶ ଯାଦବ ନାମକ...

୯୦ ଦିନ ଉଡ଼ିବ ସୋଲାର ପ୍ଲେନ୍‌, ୧୦ ଘଣ୍ଟା ପାଇଁ କରାଗଲା ପରୀକ୍ଷାମୂଳକ ଉଡ଼ାଣ

ନୂଆଦିଲ୍ଲୀ,୧୫ା୯: ଭାରତର ଅସ୍ତ୍ରଶସ୍ତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଯୋଡ଼ି ହୋଇଛି। ବୈଜ୍ଞାନିକମାନେ ଏକ ସୋଲାର ପ୍ଲେନ୍‌ ବା ସୌର ଚାଳିତ ବିମାନ ଉଦ୍ଭାବନ କରୁଛନ୍ତି। ଯାହାକି...

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ…

ଏସିଆ ମହାଦେଶର ଦୀର୍ଘତମ ନଦୀବନ୍ଧ ହେଉଛି ହୀରାକୁଦ। ଏହାର ପ୍ରାକୃତିକ ଦୃଶ୍ୟରାଜି ପର୍ଯ୍ୟଟକଙ୍କୁ ଭାବବିହ୍ବଳ କରିଦେଇଥାଏ। ଭୁବନେଶ୍ୱରରୁ ୨୮୦ କି.ମି. ଦୂର ହୋଇଥିବା ବେଳେ ସମ୍ବଲପୁରରୁ...

ରାତିରେ ଆସୁଛି କି ସାପ ସ୍ବପ୍ନ, ନାଗ ଦେଖୁଥିଲେ…

ପ୍ରତ୍ୟେକ ବ୍ୟକ୍ତି ଶୋଇଥିବା ବେଳେ ନିଦରେ ସ୍ବପ୍ନ ଦେଖିଥାନ୍ତି। ବିଶ୍ୱାସ କରାଯାଏ କି, ଏହି ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସମ୍ପର୍କରେ ଆମକୁ କିଛି...

ବିଶ୍ୱର ସବୁଠୁ ଶୂନ୍‌ଶାନ ଦେଶ କିଏ ଜାଣନ୍ତି

ଦୁନିଆରେ ଏକ ଶୂନ୍‌ଶାନ ଦେଶ ଅଛି। ଏହା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ମଙ୍ଗୋଲିଆ ଶୂନ୍‌ଶାନ ଦେଶ ଭାବେ ଜଣାଶୁଣା। ଏହି ଦେଶର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri