ରାଜଧାନୀରେ ସ୍ଥାନାନ୍ତର ହେବାକୁ ଯାଉଛି ହାଟ

ଭୁବନେଶ୍ୱର,୨୨।୪: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢି ଚାଳିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛି। ଭୁବନେଶ୍ୱରରେ ଥିବା ପ୍ରମୁଖ ହାଟଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିଏମ୍‌ସି କୁହାଯାଇଛି। ସ୍ଥାନାନ୍ତର ପ୍ରକ୍ରିୟା ସୋମବାର ଆରମ୍ଭ ହେବ। ପ୍ରମୁଖ ହାଟ ମଧ୍ୟରେ ୟୁନିଟ-୧ ହାଟ ୟୁନିଟ-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର ହେବ। ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡ଼ିଆକୁ ସ୍ଥାନାନ୍ତର କରିବା ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଗୁରୁବାର ୟୁନିଟ-୪ ହାଟ ଶାସ୍ତ୍ରୀନଗର ଏବଂ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠି ଯାଇଛି।

Share