ନୂଆଦିଲ୍ଲୀ,୧।୩: କୋଭିଡ-୧୯ ଭାକ୍ସିନ କ୍ଷେତ୍ରରେ ଘରୋଇ ହସ୍ପିଟାଲଗୁଡିକ ଲାଗି ସରକାର ୨୫୦ ଟଙ୍କା ସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ନେଇ ବାୟୋକନ୍ ମୁଖ୍ୟ କିରନ ମଜୁମଦାର ସ’ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହି ମୂଲ୍ୟ ଯୁକ୍ତିଯୁକ୍ତ ହୋଇଥିବା ସେ ମତ ପ୍ରକାଶ କରିଛନ୍ତି। ଭାକ୍ସିନ କମ୍ପାନୀଗୁଡିକ ଲାଗି ଏହା ଠକିଗଲା ଭଳି ସ୍ଥିତି ଉପୁଜିଛି। ଏମିତି ହେଲେ କମ୍ପାନୀ କାରବାରକୁ ବଜାୟ ରଖିବାରେ ସମସ୍ୟା ଉପୁଜିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଘରୋଇ ହସ୍ପିଟାଲ ଏବଂ ହେଲ୍ଥ ସେଣ୍ଟରଗୁଡିକ ଭାକ୍ସିନ ଲାଗି ସଟ୍ ପିଛା ୨୫୦ ଟଙ୍କା ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଭାକସିନ ଇଣ୍ଡଷ୍ଟ୍ରିକୁ ସରକାର ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଏହାକୁ ନ କରି ନରୁତ୍ସାହିତ ଏବଂ ଚାପ ପଡିବା ଭଳି କାମ ସରକାର କରିଥିବା ସେ ମତ ଦେଇଛନ୍ତି।