ରାଉରକେଲା ଅଫିସ,୨୬।୮: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ କୁମଝରିଆ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ସାମଲ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରି ନେଇଥିଲେ। ଓରିଜିନାଲ ମାଟ୍ରିକ ବୋର୍ଡ ସାଟିଫିକେଟ ଦେବା ପାଇଁ ଜଣେ ଛାତ୍ରୀଙ୍କ ଅଭିଭାବକଙ୍କୁ ସେ ୧୨ ହଜାର ଟଙ୍କା ମାଗିଥିଲେ। ଏ ନେଇ ସେମାନେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଶୁକ୍ରବାର ଟଙ୍କା ଦେଲା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରି ନେଇଥିଲେ। ଏ ନେଇ କେଶ ନଂ.୧୯/୨୨ରେ ଏକ ମାମଲା ରୁଜୁ ହୋଇଛି।