ମୁଣ୍ଡବିହୀନ ମହିଳାଙ୍କ ମିଳିଲା ପରିଚୟ

ଭୁବନେଶ୍ୱର,୧୧।୨(ବ୍ୟୁରୋ): ଭୁବନେଶ୍ୱର ବହୁଚର୍ଚ୍ଚିତ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ମିଳିବା ଘଟଣା ନେଇ ଏବେ ଖୋଳତାଡ ହେଉଛି। ମୃତ ମହିଳାଙ୍କ ପରିବଚୟ ମିଳିଥିବା ସୂଚନା ଦେଇଛି କମିଶନରେଟ୍‌ ପୋଲିସ। ତେବେ ଏପର୍ଯ୍ୟନ୍ତ ମହିଳାଙ୍କ ମୁଣ୍ଡ ମିଳିପାରି ନାହିଁ। ଏବେ ମହିଳାଙ୍କ ପରିଚୟ ପ୍ରକାଶ କରାଯିବ ନାହିଁ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଜଣେ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା। ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ମହିଳାଙ୍କ ମୁଣ୍ଡ ନ ଥିବାରୁ ହାତରେ ଥିବା ଟାଟୁ ଏବଂ ଫିଙ୍ଗର୍‌ ପ୍ରିଣ୍ଟ ତାଙ୍କ ପରିଚୟ ଦେବ ବୋଲି କୁହାଯାଉଥିଲା। ଏହାପରେ ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦେବ ବୋଲି ପୋଲିସ ଘୋଷଣା କରିଥିଲା।

Share