ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର,୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଶିବନାରାୟଣପୁରଗୋଡ଼ା ଗ୍ରାମର ପ୍ରଧାନଶିକ୍ଷକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହୋଇଛନ୍ତି। ପ୍ରକାଶ ଯେ, ଉକ୍ତ ଗ୍ରାମର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଜିଲା ପ୍ରଶାସନ ପକ୍ଷରୁ ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଅଭିଯୋଗର ତଦନ୍ତ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ଉକ୍ତ କମିଟି ବିଦ୍ୟାଳୟକୁ ଯାଇ ମିଳିତ ଭାବେ ତଦନ୍ତ କରିଥିଲେ।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲୀପ କୁମାର ସାହୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କୁ ବିଭିନ୍ନ ସମୟରେ ଅଶ୍ଳୀଳ ବ୍ୟବହାର କରିବା ସହିତ ଅସଦାଚରଣ କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। କମିଟି ପକ୍ଷରୁ ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ଓ ଛାତ୍ରୀମାନଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ଉକ୍ତ ଟିମ୍‌ ତଦନ୍ତ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିଥିବା ବେଳେ ଗତ କାଲି ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ତଦନ୍ତ କରିଛି। ରବିବାର ତେଲକୋଇ ପୋଲିସ ଅଭିଯୋଗକୁ ଭିତ୍ତି କରି ଉକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି।
ପ୍ରକାଶ ଥାଉକି, ଉକ୍ତ ହଷ୍ଟେଲରେ ଛାତ୍ରୀ ଜଣଙ୍କ ରହି ଅନ୍ୟ ବିଦ୍ୟାଳୟରେ ପାଠ ପଢୁଥିଲେ। ବିଦ୍ୟାଳୟଟି ଶିକ୍ଷାବିଭାଗ ଅଧୀନରେ ରହିଥିବା ବେଳେ ହଷ୍ଟେଲକୁ ଜିଲା ମଙ୍ଗଳ ବିଭାଗ ପରିଚାଳନା କରୁଛି। ତେଲକୋଇ କେସ୍‌ ନମ୍ବର ୧୫ /୨୦୨୫ରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ବୋଲି ତେଲକୋଇ ଥାନାଧିକାରୀ ସୁଶାନ୍ତ ପରିଡ଼ା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟ ବିବାହ ପାଇଁ ୨ ପୁଅଙ୍କୁ ହତ୍ୟା କଲେ ବାପା

ନୟାଗଡ଼,୧୧ା୩(ଲୋକନାଥ ମିଶ୍ର):ସ୍ବାମୀଙ୍କ ନିର୍ଯାତନା ସହି ନ ପାରି ପ୍ରାୟ ୩ ବର୍ଷ ତଳେ ସ୍ତ୍ରୀ ଆମତ୍ହତ୍ୟା କରିଥିଲେ। ସ୍ତ୍ରୀଙ୍କ ମୃତ୍ୟୁ ପରେ ବ୍ୟକ୍ତି ଜଣକ ଅନ୍ୟତ୍ର...

୧୪ରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେତେବେଳେ ଦେଖାଯିବ

ଭୁବନେଶ୍ୱର,୧୧ା୩(ସୁଚିସ୍ମିତା ସାହୁ):ଚଳିତବର୍ଷ ମୋଟ ୪ଟି ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଦୁଇଟି ଆଂଶିକ ସୂର୍ଯ୍ୟୋପରାଗ ଏବଂ ଦୁଇଟି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ବର୍ଷର...

ମହିଳା ସୁରକ୍ଷା ନାଁରେ ସରକାର ଭୁଆଁ ବୁଲାଉଛନ୍ତି ଜିଲାପାଳଙ୍କ ଅଫିସ ଘେରିଲା କଂଗ୍ରେସ

ନୂଆପଡ଼ା,୧୦ା୩ (ମକାରୁ ବେମାଲ): ରାଜ୍ୟରେ ଏସ୍‌ସି,ଏସ୍‌ଟି, ଓବିସି ମହିଳା ଓ ନାବାଳିକାଙ୍କ ଉପରେ ଅପରାଧ ବୃଦ୍ଧି ପାଉଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣ କରିବାରେ...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

କୋକସରା,୧୦ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ୍‌ କାର୍ଯ୍ୟାଳୟଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀଙ୍କ...

ଜଗନ୍ନାଥ, ଅଷ୍ଟଶମ୍ଭୁ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ଗଞ୍ଜାମ,୧୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ବିରୁଳିଗଡ଼ ତାଳୁକା ଅନ୍ତର୍ଗତ ଉମ୍ବୁରି ଧର୍ମଶରଣପୁର ଶାସନ ଗ୍ରାମରେ ନୂତନ ଜଗନ୍ନାଥ, ଅଷ୍ଟଶମ୍ଭୁ, କମଳା, ବିମଳା ମନ୍ଦିର ଓ ନାମ...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ବୁଗୁଡା,୧୦ା୩(କାଳିଚରଣ ଦାଶ): ବୁଗୁଡା ଥାନା ଅନ୍ତର୍ଗତ ପଙ୍କଳସାହି ଗାଁର ଗୌରହରି ଦଳରା(୨୧)କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ପରେ ପୋଲିସ ପକ୍ଷରୁ...

ଗାଡ଼ି ଚକରେ ଲାଗିଗଲା ଶାଢ଼ି: ଆଖି ବୁଜିଲେ ଆଶାକର୍ମୀ

ପୁରୁଷୋତ୍ତମପୁର,୧୦।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଧୋବାସାହି ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ମୋପେଡ୍‌ ଗାଡିରୁ ଖସିପଡି ଆଛୁଲି ଗ୍ରାମର ଆଶାକର୍ମୀ ପ୍ରମିଳା...

ବଢୁଛି ନାରୀ ନିର୍ଯାତନା: ଜିଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି। ନାରୀ ନିର୍ଯାତନା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବେଟି ବଞ୍ଚାଅ, ବେଟି ପଡ଼ାଅ ସ୍ଲୋଗାନ ଦେଉଥିବା ଡବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image