ମଧ୍ୟାହ୍ନ ଭୋଜନ ଚାଉଳ ବିକୁଥିଲେ  ପ୍ରଧାନ ଶିକ୍ଷୟିତ୍ରୀ, ଧରିପକାଇଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୬।୧: (ଅଶୋକ କୁମାର ମହାପାତ୍ର): ସ୍କୁଲ ଆରମ୍ଭ ହେଉ ହେଉ ଖୋଦ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିଥିଲେ । ଚାଉଳ ଲଦା ହୋଇଥିବା ବାଇକ ସହ ବ୍ୟବସାୟୀଙ୍କୁ ଧରିଲେ ବିଦ୍ୟାଳୟ ସଭାପତି। ଏ ନେଇ ଥାନାରେ ଏତଲା  ମଧ୍ୟ ଦିଆଯାଇଛି। ଏଭଳି  ଘଟଣା ଦେଖିବାକୁ ମିଳିଛି କଟକ ଜିଲା ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧୀନରେ ଥିବା ସରକାରୀ ନୋଡାଲ ଉଚ୍ଚ ବାଳିକା ବିଦ୍ୟାଳୟ ବୋଧଙ୍ଗରେ। ଏକ କୁଇଣ୍ଟାଲ ଚାଉଳ କିଲୋ ପିଛା ୨୫ଟଙ୍କା ଦାମରେ ପ୍ରଧାନ ଶିକ୍ଷୟିତ୍ରୀ ବିକ୍ରି କରିଥିବା  ବ୍ୟବସାୟୀ  କହିଛନ୍ତି। ବ୍ୟବସାୟୀଙ୍କୁ ଗ୍ରମବାସୀ ଅଟକ ରଖିଛନ୍ତି। ଏହି ଘଟଣାରେ ବିଦ୍ୟାଳୟ ସଭାପତି ତଦନ୍ତ ଦାବି କରିଛନ୍ତି। ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବ୍ଲକ ଶିକ୍ଷାଧିକାରୀଣୀ କହିଛନ୍ତି।
Share