ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ବଲାଙ୍ଗୀର ଅଫିସ୍‌/ଦେଓଗଁା,୨୬ା୮(ଡି.ଏନ୍‌.ଏ.): ସ୍କୁଲରେ ପ୍ରଧାନଶିକ୍ଷକ ୫ଜଣ ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଅସଦାଚରଣ କରିଆସୁଥିଲେ। ବଲାଙ୍ଗୀର ଜିଲା ଦେଓଗଁା ଥାନା ମୁରସିଂହ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିବା ପରେ ଗୁରୁବାର ଗ୍ରାମବାସୀ ସ୍କୁଲ ଘେରାଉ କରିିଥିଲେ। ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ। ଦେଓଗଁା ଥାନା ପୋଲିସ ସ୍କୁଲରେ ପହଞ୍ଚତ୍ ସମ୍ପୃକ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଥାନାକୁ ଆଣିଥିଲା।ବ୍ଲକ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କୁ ପଚାରିବାରୁ ଅଭିଯୋଗ ପରେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା କହିଛନ୍ତି। ଥାନାଧିକାରୀ ତାରାବତୀ ପ୍ରଧାନ କହିଛନ୍ତି, ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଥାନାରେ ପଚରାଉଚରା ଚାଲିଛି, ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

Share