ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବାପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ ସୁଦ୍ଧା ରହିଥିବା ବେଳେ ଏବେ ଏହାର ବିକାଶ ପଥରେ ଆଗକୁ ବଢ଼ିବାକୁ ଉଦ୍ୟମ କରୁଛି ପ୍ରଶାସନ। ଶିକ୍ଷାର ବିକାଶ ପାଇଁ ନାହିଁ ନାହିଁରେ ଚାଲିଥିବା ଉଚ୍ଚ ବିଦ୍ୟାଳୟର ଭିତ୍ତିଭୂମିଳୁ ସୁଦୃଢ଼ କରିବାକୁ ପ୍ରଥମ ପର୍ଯ୍ୟାୟରେ ଉକ୍ତ ବ୍ଲକ ସିମନବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ବୁଡ଼ାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ରୂପାନ୍ତରୀକରଣ କରାଯାଇଥିଲା। ସରକାରଙ୍କ ୫-ଟି ଯୋଜନାରେ ବିଦ୍ୟାଳୟଗୁଡିକୁ ସ୍ମାର୍ଟ ବିଦ୍ୟାଳୟରେ ପରିବର୍ତ୍ତନ କରାଗଲା। ଏଥିପାଇଁ ମଡର୍ନ ସାଇନ୍ସ ଲ୍ୟାବ, ହାଇଜେନିକ ଟଏଲେଟ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଇ-ଲାଇବ୍ରେରୀ, ଶିକ୍ଷାଦାନ ପାଇଁ ଅତ୍ୟାଧୁନିକ ବ୍ଲାକ ବୋର୍ଡ, ଏଲ୍‌ଇ ପ୍ରୋଜେକ୍ଟର, ପିଲାଙ୍କୁ ବସିବା ପାଇଁ ଟେବୁଲ, ଚେୟାର ଭଳି ବ୍ୟବସ୍ଥା ସହ ସାଇକେଲ ଷ୍ଟାଣ୍ଡ କରାଯାଇ ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ହୋଇଛି। ଏଥିରେ ଟିମ୍‌ ଓ୍ବାର୍କକୁ ଅର୍ଥାତ ବିଦ୍ୟାଳୟ ପରିଚାଳନା କମିଟି, ପୁରାତନ ଛାତ୍ରୀଛାତ୍ର କମିଟି ସ୍ଥାନୀୟ ଲୋକପ୍ରତିନିଧି, ସମାଜସେବୀ, ବିଭିନ୍ନ ଅନୁଷ୍ଠାନ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ପ୍ରସ୍ତୁତି ବୈଠକ କରାଯାଇ ବିଦ୍ୟାଳୟଗୁଡିକର ବିକାଶ କରାଯାଇଛି। ସେହିପରି ଦିତୀୟ ପର୍ଯ୍ୟାୟରେ ୭ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କାର୍ଯ୍ୟ କରାଯାଇଥିଲା ଏବଂ ତୃତୀୟ ପର୍ଯ୍ୟରେ ୧୧ଟି ଏବଂ ଚତୁର୍ଥ ପର୍ଯ୍ୟାୟ ତଥା ଶେଷରେ ମୋଟ ୧୫ଟି ବିଦ୍ୟାଳୟର ରୂପାନ୍ତରୀକରଣ କରାଯିବାକୁ ଏବେ ଭଙ୍ଗା ଦଦରା ବିଦ୍ୟାଳୟଗୁଡିକରେ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଉଛି। ଏହି ରୂପାନ୍ତରୀକରଣ ହେବାକୁ ଥିବା ୧୫ଟି ବିଦ୍ୟାଳୟ ମଧ୍ୟରୁ ୩ଟି ତଥା ବୁଡ଼ାଗୁଡ଼ା କନ୍ୟାଶ୍ରମ, ଦାରିଙ୍ଗବାଡ଼ି କନ୍ୟାଶ୍ରମ ଏବଂ ଉଲିପଦର କନ୍ୟାଶ୍ରମକୁ ବାଲିଗୁଡ଼ା ଆଇଟିଡିଏ ପକ୍ଷରୁ ରୂପାନ୍ତରୀକରଣ କାର୍ଯ୍ୟ କରାଯିବାକୁ ରହିଥିବା ବେଳେ ଅନ୍ୟ ୧୨ଟି ପଞ୍ଚାୟତ ସମିତି ପକ୍ଷରୁ ରୂପାନ୍ତରୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର କହିଛନ୍ତି। ସେହିପରି ଦାରିଙ୍ଗବାଡ଼ି ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରୁଦ୍ଧିମାଳ ଡିଗ୍ରୀ କଲେଜ ଓ ଜୁନିୟର କଲେଜ ମଧ୍ୟ ରୂପାନ୍ତରୀକରଣ କାର୍ଯ୍ୟ କରାଯିବ।

ସେହିପରି ଦାରିଙ୍ଗବାଡ଼ିର ୨୫ଟି ପଞ୍ଚାୟତର ଲକ୍ଷାଧିକ ଲୋକ ନିର୍ଭର କରୁଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ରୂପାନ୍ତରୀକରଣ କରାଯାଉଛି। ଏଥିରେ କୋଠା ନିର୍ମାଣ, ମୁଖ୍ୟ ଫାଟକ, ଲାବୋରେଟୋରୀ, ମିଟିଂ ହଲ୍‌, ବିଭିନ୍ନ ରୋଗ ନିଦାନ ପାଇଁ ଯନ୍ତ୍ରପାତିର ବ୍ୟବସ୍ଥା ଆଦି କରାଯିବ। ଏଥିପାଇଁ ୨ କୋଟି ୭୮ ଲକ୍ଷ ଟଙ୍କା ଅନୁଦାନ ରହିଛି ଏବଂ କାର୍ଯ୍ୟ ଜୋରଦାର କରାଯାଉଥିବା ବିଡିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri