Advertisement

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ ଟିମ୍‌

ତଳଗାଁ,୩ା୬(ଡି.ଏନ.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତର ୫ଟି ପାହାଡ଼ ଡେଇଁଲେ ପଡେ ରାଣୀସାହି । ଶୁକ୍ରବାର ଜିଲାସ୍ତରରୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପାଦ ପଡିଥିଲା ରାଣୀସାହି ଗ୍ରାମରୋ ଡ. ସଂଘମିତ୍ରା ପଣ୍ଡା, ଡ. ମଦନମୋହନ ପ୍ରଧାନ, ଡ. ସିଦ୍ଧାର୍ଥ, କାମାକ୍ଷା ପ୍ରସାଦ ସାହୁ, ରବିନ ପ୍ରଧାନ ପ୍ରମୁଖ ଗ୍ରାମର ଜନସାଧାରଣଙ୍କୁ ମ୍ୟାଲେରିଆ ଠାରୁ କିପରି ଦୂରେଇ ରହିବ ସେ ନେଇ ସଚେତନ କରିଥିଲେ ା ମଶାରୀ ଟାଣି ଶୋଇବା, ଘର ଚାରିପଟ ସଫା ରଖିବା, ବର୍ଷାଦିନେ ପିଲାଙ୍କୁ ପାଣି ଫୁଟାଇ ପିଇବାକୁ ଦେବା, ଜ୍ବର ହେଲେ ସଙ୍ଗେ ସଙ୍ଗେ ରକ୍ତ ପରୀକ୍ଷା କରିବା ପାଇଁ ଜିଲାରୁ ଆସିଥିବା ଅଧିକାରୀଗଣ ବୁଝାଇଥିଲେ। ଏହି ଅବସରରେ କେତେଜଣଙ୍କ ରକ୍ତ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ। ଗ୍ରାମବାସୀଙ୍କ କହିବା କଥା କୌଣସି ରୋଗରେ ଆକ୍ରାନ୍ତ ହେଲେ ଏତେ ଘାଟି ପାହାଡ ଡେଇଁ ତଳକୁ ଯାଇ ଚିକିତ୍ସିତ ହେବା କଷ୍ଟକର। ଏଣୁ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ ଗ୍ରାମରେ ପହଞ୍ଚି ରକ୍ତ ପରୀକ୍ଷା ସହ ଔଷଧ ପତ୍ର ଦେଇଥିବାରୁ ଗ୍ରାମବାସୀ ଧନ୍ୟବାଦ ଜଣାଇଛନ୍ତ। ତଳଗାଁ ମେଡିକାଲରେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ କାମାକ୍ଷ ପ୍ରସାଦ ସାହୁ ସମସ୍ତ କାମ ଠିକ ଭାବେ ତୁଲାଉଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ଜଣାଯାଇଛି ା

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share