ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା ଅଫିସ,୧୯।୧୧: ପୌରାଞ୍ଚଳ ସରବାହାଲଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚିତ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଝାରସୁଗୁଡ଼ା ପୌରାଞ୍ଚଳର ପ୍ରାୟ ୧୩ ହଜାର ୧୪୯ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ସୂଚନା ମିଳିଛି ।
କିଡନୀ, ହାର୍ଟ ଭଳି ବଡ଼ ରୋଗରେ ପୀଡ଼ିତ ଥିବା ରୋଗୀଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥାଏ । କିନ୍ତୁ ଏହି ଯୋଜନାରେ ସାମିଲ ହେବା ପରେ ରୋଗୀକୁ ଏହା ସହାୟକ ହେବ ବୋଲି ମନ୍ତ୍ରୀ କହିଥିଲେ। ଏ ଅବସରରେ ମୁଖ୍ୟ ଅତିଥି ଭାବେ ସାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ତାଣ୍ଡି ଯୋଗ ଦେଇଥିଲେ ।

Share