Categories: ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଚିଠିର ଉତ୍ତର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ୧୯।୪: କରୋନା ମୁକାବିଳା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ସହିତ ଅନ୍ୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ସରକାର ଅନୁମତି ଦେବା ଦରକାର ବୋଲି ପରାମର୍ଶ ଦେଇଥିଲେ। ଏହାର ଜବାବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ। ସ୍ବାସ୍ଥ୍ୟ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, କରୋନା ଯୁଦ୍ଧରେ ଟିକା କରଣର ସହତ୍ତ୍ୱକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭଲ ଭାବେ ବୁଝିଛନ୍ତି। କିନ୍ତୁ କଂଗ୍ରେସ ଶାସିତ ରାଜ୍ୟ ସରକାର ତାହା ବୁଝିପାରୁ ନାହାନ୍ତି। ଯେଉଁ ପରାମର୍ଶ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି ତାହା କଂଗ୍ରେସ ନେତା ମାନିଗଲେ ଆପଣଙ୍କ ପାଖରେ ଇତିହାସ କୃତଜ୍ଞ ହୋଇ ରହିବ। ପ୍ରଥମେ କଂଗ୍ରେସ ନେତା ଟିକାକୁ ନେଇ ଭ୍ରମ ସୃଷ୍ଟି କଲେ। ବର୍ତ୍ତମାନ କଂଗ୍ରେସ ଶାସିତ ରାଜ୍ୟରେ କରୋନା ଅଧିକ ବ୍ୟାପିଛି। ଦେଶ ପାଇଁ ଆପଣଙ୍କ ଗଭୀର ଚିନ୍ତାକୁ ସମ୍ମାନ ଜଣାଉଛି। ଆଶା କରୁଛି କଂଗ୍ରେସ ନେତାଙ୍କୁ ସମାନ ଉପଦେଶ ପ୍ରଦାନ କରନ୍ତୁ।

Share