Categories: ଜାତୀୟ

ପିପିଇ କିଟ୍‌ ପିନ୍ଧି ଡାକ୍ତରଖାନା ଟଏଲେଟ୍‌ ସଫା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ଚେନ୍ନାଇ,୩୦ା୮: ସରକାରୀ ଡାକ୍ତରଖାନାର ଟଏଲେଟ୍‌ ଅବସ୍ଥା କିପିର କରାଯାଏ ତାହା ଊଣା ଅଧିକେ ସମସ୍ତଙ୍କୁ ଜଣା। ଦେଶର ଅଧିକାଂଶ ସରକାରୀ ଡାକ୍ତରଖାନା ଅବସ୍ଥା ଏମିତି। ଏହି ସମୟରେ ପୁଡୁଚେରୀରେ ଥିବା ସରକାରୀ ଡାକ୍ତରଖାନାର ଚିତ୍ର ଲୋକଲୋଚନକୁ ଆସିଛି। ଯେତେବେଳେ ଖୋଦ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମାଲାଡି କୃଷ୍ଣ ରାଓ ଏହି ଡାକ୍ତରଖାନା ସ୍ବଚ୍ଛତା ବିଷୟରେ ଜାଣିବାକୁ ଆସିଥିଲେ। ସେତେବେଳେ ଏହା କେତେ ପରିଷ୍କାର ଅଛି ତାହା ଜଣାପଡ଼ିଥିଲା।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହୋଇଛି। ଯେଉଁଥିରେ ସେ ପିପିଇ କିଟ୍‌ ପିନ୍ଧି ହସ୍ପିଟାଲର ଟଏଲେଟ୍‌ ସଫା କରୁଛନ୍ତି। ପରିଷ୍କାର ପରିଚ୍ଛନ୍ନତା ନେଇ ଉପସ୍ଥିତ ଅଧିକାରୀମାନଙ୍କୁ ମଧ୍ୟ ସେ ଗାଳି ଦେଇଥିବା ଜଣାପଡ଼ିଚି। ଭିଡିଓରୁ ସ୍ପଷ୍ଟ ଜଣାପଡୁଛି ସ୍ବାସ୍ଥ୍ୟମନ୍ତ୍ରୀ ଟଏଲେଟ୍‌ ବ୍ରଶରେ ପ୍ୟାନ୍‌ ସଫା କରୁଛନ୍ତି। ଏହି ସମୟ ମଧ୍ୟରେ ଡାକ୍ତର ଏବଂ କିଛି ଅଧିକାରୀ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଅଛନ୍ତି। ଘଟଣାସ୍ଥଳରେ ଥିବା କେହି ଲୋକ ତାଙ୍କ ମୋବାଇଲରେ ଭିଡିଓ ରେକର୍ଡିଂ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସ୍ବାସ୍ଥ୍ୟମନ୍ତ୍ରୀ ଟଏଲେଟ୍‌ ସଫା କରୁଥିବା ଦେଖି ଡାକ୍ତର ଏବଂ ଅନ୍ୟ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।

Share