ଭୁବନେଶ୍ୱର,୧।୯(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବୁଧବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଏହି ଯୋଜନାରେ ୯୨ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏଥିପାଇଁ ବିଭିନ୍ନ ଜିଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯାଇଛି । ଅଗଷ୍ଟ ୧୫ରେ ଏହି କାର୍ଡ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ମାଲକାନଗିରିରେ ଜିଲାରେ ଏହାର ଶୁଭାରମ୍ଭ ହୋଇଥିଲା।
ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲ ସହ ରାଜ୍ୟ ବାହାରର କିଛି ଘରୋଇ ହସ୍ପିଟାଲରେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେବ। ଏ ନେଇ ରାଜ୍ୟ ବାହାରର କିଛି ହସ୍ପିଟାଲ ସହ ରାଜ୍ୟ ସରକାରଙ୍କ ଅନୁବନ୍ଧନ ରହିଛି। ଏହି ଯୋଜନା ଦ୍ୱାରା ୧୦ ଲକ୍ଷ ମହିଳା ଓ ଅନ୍ୟ ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପାଇପାରିବେ। ଯେଉଁ ହିତାଧିକାରୀମାନେ ସ୍ମାର୍ଟକାର୍ଡ ପାଇନାହାନ୍ତି, ସେମାନେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ ଦେଖାଇ ଏହି ଯୋଜନା ଦ୍ୱାରା ଉପକୃତ ହୋଇପାରିବେ।