Categories: ଜାତୀୟ

ସୁପ୍ରିମକୋର୍ଟରୁ ଲାଲୁଙ୍କ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୮: ସୁପ୍ରିମକୋର୍ଟରୁ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଶୁକ୍ରବାର ଏକ ବଡ଼ ଆଶ୍ୱସ୍ତି ମିଳିଛି। ଲାଲୁଙ୍କ ଜାମିନ ରଦ୍ଦ କରିବାକୁ ସିବିଆଇର ଆବେଦନ ଉପରେ ସୁପ୍ରିମକୋର୍ଟ ଅକ୍ଟୋବରରେ ରାୟ ପ୍ରକାଶ କରିବେ। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ବିରୋଧରେ ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା। ସିବିଆଇର ଏହି ଆବେଦନ ଉପରେ ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଏବେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବରରେ ହେବ।
ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଝାଡ଼ଖଣ୍ଡ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅସୁସ୍ଥତା କାରଣରୁ ସେ ଜେଲରୁ ବାହାରିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଥିଲେ।

Share