ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୋରାଟୋରିୟମ ମାମଲାର ଶୁଣାଣି ବୁଧବାର କରିବେ। ଏହି ମାମଲାରେ ଅନେକ ଆବେଦନ ହୋଇଥିବା ବେଳେ ଏହାର ଶୁଣାଣି ବର୍ତ୍ତମାନ ଜାରି ରହିଛି। ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ରିଜର୍ଭ ବ୍ୟାଙ୍କ ଏବଂ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିଛନ୍ତି। ଲୋକମାନଙ୍କୁ ମୋରାଟୋରିୟମରେ ଲାଗୁ ହେଉଥିବା ସୁଧ ଉପରେ ସୁଧ ଭାର ବହନ କରିବା ଲାଗି କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏଥି ଲାଗି ସରକାରଙ୍କୁ ପ୍ରାୟ ୬,୫୦୦ କୋଟି ଟଙ୍କା ଦେବାକୁ ପଡ଼ିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମୋରାଟୋରିୟମ ଅବଧିରେ ସୁଧ ଛାଡ ନେଇ ହୋଇଥିବା ଆବେଦନର ମଧ୍ୟ ସୁପ୍ରିମକୋର୍ଟ କରୁଛନ୍ତି। ଏହାପୂର୍ବରୁ ରିଜର୍ଭ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କ କହିଛି ଯେ, ମୋରାଟୋରିୟମ ଅବଧି ବଢ଼ିଲେ ଏହା ଦେଶର ଆର୍ଥତ୍କ ସିଷ୍ଟମ ପ୍ରତି ବିପଦ। ସେହିଭଳି ଅଧିକ ସମୟ ଯାଏ ମୋରାଟୋରିୟମ ସୁବିଧା ଦେଇ ହେବନାହିଁ ବୋଲି କେନ୍ଦ୍ର ମଧ୍ୟ ନିଜର ପକ୍ଷ ରଖିଛି।