ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ

ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଦିଲ୍‌ କହେ ଲଭ୍‌ ୟୁ ଲଭ୍‌ ୟୁ’। ନବାଗତ ପ୍ରଯୋଜକ ଆଶିଷ ପ୍ରତାପ ସାମଲ ଏହାର ପ୍ରଯୋଜନା କରୁଛନ୍ତି। ନିର୍ଦ୍ଦେଶନା ଦାୟତ୍ୱ ତୁଲାଇବେ ବିବେକ କୁମାର। ତା’ ସହ ବିବେକ ଉକ୍ତ ଚିତ୍ରର କାହାଣୀ, ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି। ଏଥିରେ ସଂଯୋଜିତ ଗୀତଗୁଡିକୁ ସ୍ବର ଦେଉଛନ୍ତି ଆଗଧାଡିର ସ୍ବର ସଂଯୋଜକ ବୈଦ୍ୟନାଥ ଦାଶ। ଚଳଚ୍ଚିତ୍ରର ସଂଳାପ ରଚନା କରିଛନ୍ତି ସତ୍ୟ। ସାଇଶ୍ରୀ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଥିବା ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ପ୍ରାରମ୍ଭିକ କାମ ଚାଲିଛି ଏବଂ ଖୁବ୍‌ ଶୀଘ୍ର ଶୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଏହାର ନାୟକ ଭୂମିକାରେ ଅଭିନୟ କରିବେ ପ୍ରଯୋଜକ ଆଶିଷ ଏବଂ ତାଙ୍କ ବ୍ୟତୀତ ଲିପ୍‌ସା ମିଶ୍ର, ମଧୁ, ଜୀବନ ପଣ୍ଡା, ପୁଷ୍ପା ପଣ୍ଡା, ଗୁଡ୍ଡୁ ଏବଂ ଐଶ୍ୱର୍ଯ୍ୟାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ପ୍ରଥମ ଥର ପାଇଁ ପ୍ରଯୋଜନା ପରି ଦାୟିତ୍ୱ ସହ ନାୟକ ସାଜୁଥିବା ଆଶିଷ ନିଜ ଲକ୍ଷ୍ୟରେ କେତେ ସଫଳ ହେଉଛନ୍ତି ତାହା ଫିଲ୍ମଟି ପରଦା ଉପରକୁ ଆସିବା ପରେ ହିଁ ଜଣାପଡ଼ିବ।

Share