ରାଇକିଆ,୬।୩ (ପ୍ରଦୀପ ବେହେରା): ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ତାପମାତ୍ରା ବୃଦ୍ଧି ପାଇବା ସହ ଗରମ ଅନୁଭୂତ ହେଲାଣି । ରାଜ୍ୟର ବିଭିନ୍ନ ସ୍ଥାନ ରେ ଏହା ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲା ରେ କିନ୍ତୁ ଏହି ସମୟ ରେ ସକାଳୁ ଥଣ୍ଡା ଅନୁଭୂତ ହେଉଛି । ସକାଳୁ ବାହାରକୁ ଗଲେ ଶୀତ ବସ୍ତ୍ର ର ଆବଶ୍ୟକ ପଡୁଛି । ରାତିରେ କିମ୍ବା ଭୋର୍ ରୁ ବସ୍ ଷ୍ଟାଣ୍ଡ ମାନଙ୍କ ରେ ଅପେକ୍ଷାରତ ଯାତ୍ରୀ ନିଆଁ ଜାଳି ବସ କୁ ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । ଶୀତ ଋତୁ ର ଶେଷ ରେ ବସନ୍ତ ର ଆଗମନ ରେ ଏହି ଭଳି ଥଣ୍ଡା କନ୍ଧମାଳ ଜିଲ୍ଲା ରେ ଅନୁଭୂତ ହୁଏ । ପୂର୍ବରୁ ସକାଳୁ ଏହିପରି ଥଣ୍ଡା ଏପ୍ରିଲ୍ ମାସ ପର୍ଯ୍ୟନ୍ତ ଅନୁଭୂତ ହେଉଥିବା ବେଳେ କିଛି ବର୍ଷ ହେବ ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଅନୁଭୂତ ହେଉଥିବା ଏବଂ ଏହି ସମୟ ରେ ଥଣ୍ଡା ଯୋଗୁଁ ମହୁଲ ଫୁଲ ଭଲ ହେଉଥିବାରୁ ଏହାକୁ ମହୁଲ ଥଣ୍ଡା ବୋଲି କୁହାଯାଉଥିବା କିଛି ବଶିଷ୍ଠ ନାଗରିକ ପ୍ରକାଶ କରିଛନ୍ତି ।