ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..

ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ ଶିଶୁ ବୋଲି କହିଛନ୍ତି। ଡାକ୍ତର କହିଛନ୍ତି, ଶିଶୁଟିର ଜନ୍ମ ପରେ ରାଜ୍ୟରେ ଥିବା ସମସ୍ତ ହସ୍ପିଟାଲର ନବଜାତକଙ୍କ ରିପୋର୍ଟ ଏକାଠି କରାଯାଇଥିଲା। ଯାହା ପରେ ଜଣାପଡ଼ିଥିଲା କି, ଏହି ଶିଶୁଟି ହିଁ ସବୁଠୁ ଅଧିକ ଓଜନର ହୋଇଛି।

ସୂଚନାରୁ ଜଣାପଡ଼ିଛି ଯେ, କନପୁରର ପାର୍ଟ-୨ କ୍ଷେତ୍ରରେ ରହୁଥିବା ୨୭ ବର୍ଷୀୟା ଜୟା ଦାସ ୧୭ ଜୁନ୍‌ରେ ସତୀନ୍ଦ୍ର ମୋହନ ଦେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ପ୍ରସବ ତାରିଖ ମେ’ ୨୯ରେ ଥିଲା। ମାତ୍ର ୨୦ ଦିନ ବିଳମ୍ବ ହୋଇସାରିଥିଲା। ଜୟାଙ୍କର ପ୍ରଥମ ସନ୍ତାନ ଯେହେତୁ ସିଜରିଆନ୍‌ ହୋଇଥିଲା ତେଣୁ ଦ୍ୱିତୀୟ ସନ୍ତାନ ପାଇଁ ଚିନ୍ତାରେ ଥିଲେ ପରିବାର ଲୋକେ। ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ପୂରା ଡାକ୍ତରୀ ଟିମ୍‌ ତାଙ୍କର ସିଜରିଂ କରିଥିଲେ। ଜୟା ୫.୨ କିଲୋଗ୍ରାମର ଶିଶୁପୁତ୍ର ଜନ୍ମ ଦେଇଛନ୍ତି।

ଡାକ୍ତରମାନେ କୁହନ୍ତି, ପୂର୍ବରୁ ଯେଉଁ ନବଜାତକ ସବୁ ହସ୍ପିଟାଲରେ ଜନ୍ମ ନେଇଥିଲେ ସେମାନଙ୍କ ଓଜନ ୨.୫ରୁ ୩ କେଜି ଭିତରେ ହୋଇଥିଲା। ମାତ୍ର ଏହି ଶିଶୁର ଓଜନ ଯଥେଷ୍ଟ ଅଧିକ। ଯାହାକି ଆସାମ ରାଜ୍ୟରେ ପ୍ରଥମ ବୋଲି ଡାକ୍ତର କହିଛନ୍ତି।

Share