Categories: ଜାତୀୟ

ଯାନ୍ତ୍ରୀକ ତ୍ରୁଟି ହେତୁ ଫେରିଲା ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର

ଅମରାବତୀ,୬।୧୧: ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାନ୍ତ୍ରୀକ ତ୍ରୁଟି ଯୋଗୁ ତେଲଙ୍ଗାନାର ସେହି ସ୍ଥାନକୁ ଫେରି ଆସିଛି, ଯେଉଁଠାରୁ ଏହା ଉଡାଣ ଆରମ୍ଭ କରିଥିଲା। ଏଥିରେ ନିର୍ବାଚନ ପ୍ରଚାର ପାଇଁ କେସିଆର ଦେବାକାଦରା ଯାଉଥିଲେ।
ନ୍ୟୁଜ ଏଜେନ୍ସି ପିଟିଆଇ ବିଶେଷ ସୂତ୍ରରୁ ପାଇଥିବା ଖବର ଅନୁଯାୟୀ,ଯାନ୍ତ୍ରୀକ ତ୍ରୁଟି ଯୋଗୁ ମୁଖ୍ୟମନ୍ତ୍ରୀଙ୍କୁ ଫେରାଇଆଣି ତାଙ୍କ ଫାର୍ମ ହାଉସରେ ଓହ୍ଲାଇ ଦିଆଯାଇଥିଲା। ଏକ ଅଫିସିୟାଲ ବୟାନରେ କୁହାଯାଇଛି, ସତର୍କ ପାଇଲଟ ଏହା ଜାଣିବା ପରେ ହେଲିକପ୍ଟଟରଟିକୁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ଫାର୍ମ ହାଉସ ଆଡକୁ ନେଇ ସୁରକ୍ଷିତ ଅବତରଣ କରାଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଆଉ ଏକ ହେଲିକପ୍ଟରର ବ୍ୟବସ୍ଥା କରାଯାଉଛି।

Share