ଚନ୍ଦ୍ରଯାନର ନାୟକ

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବା ଜହ୍ନ। ପୃଥିବୀକୁ ମାଆ ବୋଲି ଧରାଯାଇଥିବାରୁ ତା’ର ଭାଇ ଜହ୍ନକୁ ପୃଥିବୀବାସୀ ମାମୁ ବୋଲି ସମ୍ବୋଧନ କରିଥାଆନ୍ତି। ସନ୍ଧ୍ୟା ଆକାଶକୁ ଆଲୋକିତ କରୁଥିବା ଏହି ଜହ୍ନକୁ ଦେଖାଇ ମା’ମାନେ ପିଲାକୁ କାଖରେ ଧରି ଖୁଆଇବାକୁ ଯାଇ କହିଥାଆନ୍ତି-ହେଇ ଦେଖ ଜହ୍ନ, ତୋ ମାମୁ। ବହୁ ଦୂରରେ ଥିବା ଜହ୍ନମାମୁକୁ ଦେଖି ପିଲାମାନେ ଖାଇଦେଇଥାଆନ୍ତି। ସାହିତି୍ୟକ ଜହ୍ନକୁ ନେଇ ଢେର ବର୍ଣ୍ଣନା କରିଛନ୍ତି। ହେଲେ ବିଜ୍ଞାନୀମାନେ କାଳ୍ପନିକ ରାଇଜରେ ବିଚରଣ ନ କରି ତା’ର ବାସ୍ତବ ପୃଷ୍ଠଭୂମିରେ ପାଦ ଥାପିଛନ୍ତି। ଆମେରିକା, ରୁଷିଆ ଓ ଚାଇନା ଚନ୍ଦ୍ରରେ ସେମାନଙ୍କ ଯାନ ପହଞ୍ଚାଇଥିବା ବେଳେ ଏବେ ଭାରତ ସେହି କ୍ଲବରେ ସାମିଲ ହୋଇ ଆଉ ପାଦେ ଆଗେଇଯାଇଛି। ୨୩ ଅଗଷ୍ଟ ୨୦୨୩ ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ତା’ର ଲ୍ୟାଣ୍ଡର ‘ବିକ୍ରମ’କୁ କୋମଳ ଅବତରଣ କରାଇବା ପରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପୂର୍ବରୁ ଘୋଷଣା କରିଥିବା ସମୟ ଅନୁଯାୟୀ ଏହା ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଥିଲା। ସେହି ଆକାଂକ୍ଷିତ ଦିନ ଉପସ୍ଥିତ ହେବା ପରେ ସନ୍ଧ୍ୟା ୫ଟା ୪୦ ମିନିଟ୍‌ରେ ଲ୍ୟାଣ୍ଡର ‘ବିକ୍ରମ’ ଜହ୍ନଠାରୁ ୩୦ କିଲୋମିଟର ଦୂରରେ ଥିଲା। ଏହା ପରେ ଧୀର ଗତିରେ ଓହ୍ଲାଇ ୨୩ ମିନିଟ୍‌ ପରେ ଯେତେବେଳେ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବାକୁ ଯାଉଥିଲା ସେତେବେଳେ ଇସ୍ରୋ ବୈଜ୍ଞାନିକଙ୍କ ସମେତ ଦେଶବାସୀ ଖୁସିରେ ଆତ୍ମହରା ହୋଇଯାଇଥିଲେ। ମୁନ୍‌ ମିଶନ ପଛରେ ଥିବା ଇଞ୍ଜିନିୟର ଓ ବୈଜ୍ଞାନିକଙ୍କୁ ସବୁ ଶ୍ରେୟ ଯାଇଥିବା ବେଳେ ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତିଙ୍କ ଅକ୍ଳାନ୍ତ ଉଦ୍ୟମ ଓ ପ୍ରତିବଦ୍ଧତା ବିଷୟରେ ଏବେ ଚର୍ଚ୍ଚା ହେଉଛି। ସେମାନେ ହେଲେ ଇସ୍ରୋ ଅଧ୍ୟକ୍ଷ ଏସ୍‌. ସୋମନାଥ, ବିକ୍ରମ ସରାଭାଇ ସ୍ପେସ୍‌ ସେଣ୍ଟର (ଭିଏସ୍‌ଏସ୍‌ସି) ନିର୍ଦ୍ଦେଶକ ଏସ୍‌. ୟୁନିକ୍ରିଷ୍ଣନ ନାୟାର, ଚନ୍ଦ୍ରୟାନ-୩ ପ୍ରୋଜେକ୍ଟ ଡାଇରେକ୍ଟର ପି. ଭେରାମୁଥୁଭେଲ, ୟୁ ଆର୍‌ ରାଓ ସାଟେଲାଇଟ୍‌ ସେଣ୍ଟର(ୟୁଆର୍‌ଏସ୍‌ସି) ନିର୍ଦ୍ଦେଶକ ଏମ୍‌. ଶଙ୍କରନ୍‌, ଲିକ୍ୟୁଡ୍‌ ପ୍ରପଲଶନ୍‌ ସିଷ୍ଟମ୍ସ ସେଣ୍ଟର ନିର୍ଦ୍ଦେଶକ ଭି. ନାରାୟଣନ୍‌, ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟର (ଏସ୍‌ଡିଏସ୍‌ସି) ନିର୍ଦ୍ଦେଶକ ଏ.ରାଜାରାଜନ୍‌, ଚନ୍ଦ୍ରୟାନ-୩ ଲଞ୍ଚ୍‌ର ମିଶନ ଡାରେକ୍ଟର ଏସ୍‌. ମୋହନା କୁମାର ଏବଂ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ୍‌ କମାଣ୍ଡ ନେଟ୍‌ଓ୍ବର୍କ ସେଣ୍ଟର (ଆଇଏସ୍‌ଟିଆର୍‌ଏସି) ନିର୍ଦ୍ଦେଶକ ବି. ଏନ୍‌.ରାମକ୍ରିଷ୍ଣ। ତେବେ ଏଠାରେ ନମ୍ବର-୨ରେ ଥିବା ଏସ୍‌. ୟୁନିକ୍ରିଷ୍ଣନ ନାୟାର ହିସାବ କରି କହିଥିଲେ ଯେ ଏଥର ଭାରତ କଦାପି ଲକ୍ଷ୍ୟଚ୍ୟୁତ ହେବ ନାହଁ ଓ ଠିକ୍‌ ୬ଟା ୪ ମିନିଟ୍‌ରେ ନିଶ୍ଚିୟ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ବିନା ବାଧାରେ ପହଞ୍ଚତ୍ବ। ସମ୍ଭବତଃ ସେଥିପାଇଁ ୟୁନିକ୍ରିଷ୍ଣନ୍‌ଙ୍କୁ ନେଇ ଏବେ ଅଧିକ ଚର୍ଚ୍ଚା ହେଉଛି।
ୟୁନିକ୍ରିଷ୍ଣନ୍‌ କେରଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ମାତା ରାଜମ୍ମା ଓ ପିତା ଶ୍ରୀଧରନ୍‌ ନାୟାର କୋଟାୟାମ୍‌ ସର୍ଭେ ଅଫିସ୍‌ରେ କାର୍ଯ୍ୟ କରୁଥିଲେ। ୟୁନିକ୍ରିଷ୍ଣନ୍‌ କେରଳ ବିଶ୍ୱବିଦ୍ୟାଳୟ ଅଧୀନ ମାର୍‌ ଆଥ୍‌ନାସିୟୁସ୍‌ କଲେଜ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିଲେ। ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌)ରୁ ଏରୋସ୍ପେସ୍‌ ଇଞ୍ଜିନିୟରିଂରେ ଏମ୍‌ଇ ଡିଗ୍ରୀ ହାସଲ କରିବା ପରେ ସେ ଆଇଆଇଟି ମାଡ୍ରାସରୁ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍‌.ଡି. କରିଥିଲେ। ୧୯୮୫ରେ ସେ ଭିଏସ୍‌ଏସ୍‌ସିରେ ଯୋଗ ଦେଇଥିଲେ। ଭାରତୀୟ ଏରୋସ୍ପେସ୍‌ ଇଞ୍ଜିନିୟର ଭାବେ ସେ ଅନେକ ପରୀକ୍ଷଣ କରିଛନ୍ତି। ଭେହିକିଲ୍‌ ଡିଜାଇନ୍‌ କ୍ଷେତ୍ରରେ ତାଙ୍କର ବେଶ୍‌ ଦକ୍ଷତା ଥିବାରୁ ପିଏସ୍‌ଏଲ୍‌ଭି, ଜିଏସ୍‌ଏଲ୍‌ଭି ଓ ଏଲ୍‌ଭିଏମ୍‌୩ର ଏରୋସ୍ପେସ୍‌ ସିଷ୍ଟମ ଓ ପ୍ରସ୍ତୁତିରେ ତାଙ୍କ ସମ୍ପୃକ୍ତ ରହିଆସିଛିି। ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରିବା ଲାଗି ଭାରତର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ‘ଗଗନାୟନ’ ଲାଗି କାର୍ଯ୍ୟ କରୁଥିବା ଟିମ୍‌ର ନେତୃତ୍ୱ ୟୁନିକ୍ରିଷ୍ଣନ୍‌ ନେଉଛନ୍ତି।
ଭିଏସ୍‌ଏସ୍‌ସି ନିର୍ଦ୍ଦେଶକ ରହିବା ସହ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସ୍ପେସ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜିର ନିର୍ଦ୍ଦେଶକ ଭାବେ ୟୁନିକ୍ରିଷ୍ଣନ୍‌ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତିି। ଏତେ କାର୍ଯ୍ୟ ସହିତ ସେ ଜଣେ ମାଲୟାଲମ୍‌ ଭାଷାରେ କ୍ଷୁଦ୍ର ଗଳ୍ପ ଲେଖି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବ୍ୟକ୍ତିଗତ ଜୀବନ କହିଲେ ଭିଏସ୍‌ଏସ୍‌ସିରେ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ୍ୟ କରିଥିବା ଜୟା ଜି ନାୟାର ହେଉଛନ୍ତି ତାଙ୍କ ସହଧର୍ମିଣୀ। ସେମାନଙ୍କର ଦୁଇ ଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭ୍ରମଣ ମଧ୍ୟରେ କିଛି ବିପଦ ଆଉ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଥିଲେ ତାହା ଏକ ନିଆରା ଅନୁଭବ ଦିଏ ବୋଲି କହନ୍ତି ମୁମ୍ବାଇର ନେହାଲ ଶାହା। ସେ...

ପଥୁରିବାଟିର ଚେତାବନୀ

ନବ୍ୟ ଆଧୁନିକତାର ପ୍ରବାହ ମଧ୍ୟରେ ପୁରୁଣା କାଳର ଯେଉଁ କେତେକ ଦ୍ରବ୍ୟ ବିସ୍ମୃତିର ଅତଳ ଗର୍ଭରେ ହଜିଯାଇଛି, ତନ୍ମଧ୍ୟରୁ ପଥୁରିବାଟି ବା ପଥରରେ ନିର୍ମିତ ବାସନ...

ଦୁଃସାହସିକ ଅଭିଯାତ୍ରୀ

କେତେତବେଳେ ଗୋଟେ ଚିନ୍ତାଧାରା ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଦେବ, ସେଥିପାଇଁ ବୟସ କଦାପି ତାହା ନିର୍ଦ୍ଧାରଣ କରି ନ ଥାଏ। ନୂଆ କିଛି ପଦକ୍ଷେପ...

ଦକ୍ଷତାର ଅଭାବ

ଚଳିତ ମାସରେ ଦୁଇଟି ଶୀର୍ଷକ ସମ୍ବଳିତ ଖବର ପ୍ରକାଶ ପାଇଛି। ଗୋଟିଏ ହେଉଛି ‘ଟେରର ଫାଇନାନ୍ସିଂ(ଉଗ୍ରବାଦୀଙ୍କୁୁ ପାଣ୍ଠି ଯୋଗାଣ), ମନି ଲଣ୍ଡରିଂ (ଅର୍ଥ ହେରଫେର) ନିୟନ୍ତ୍ରଣ...

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri