ନୟାଗଡ଼,୨୫।୬(ଲୋକନାଥ ମିଶ୍ର)୨୦୧୯ ସଂଶୋଧିତ ପଦୋନ୍ନତି ପ୍ରକ୍ରିୟାରେ ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ପଦୋନ୍ନତି ୪ ଥର ହୋଇଛି l ତେବେ ଚତୁର୍ଥ ପର୍ଯ୍ୟାୟରେ ଚାଲିଥିବା ପଦୋନ୍ନତିରେ ସମାନତା ନ ରହିବାରୁ ପ୍ରତିବାଦ ଉଠିଛି। ଚତୁର୍ଥ ପର୍ଯ୍ୟାୟର ପଦୋନ୍ନତିକୁ ତ୍ରୁଟିପୂର୍ଣ୍ଣ ଚାଲେଞ୍ଜ କରି ପଦୋନ୍ନତିରୁ ବଞ୍ଚିତ ଶିକ୍ଷକମାନେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ।ହାଇକୋର୍ଟ ରିଟ୍ ପିଟିଶନକୁ ଗ୍ରହଣ କରି ପ୍ରଥମେ ୩।୭।୨୦୨୩ ପର୍ଯ୍ୟନ୍ତ ରହିତାଦେଶ ଦେଇଥିଲେ l ପରବର୍ତ୍ତୀ ପର୍ଯ୍ୟାୟରେ ୨୨।୬।୨୦୨୩ ରିଖଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ତ୍ରୁଟିପୂର୍ଣ୍ଣ ପଦୋନ୍ନତି ଉପରେ ସମ୍ପୂର୍ଣ୍ଣ ରହିତାଦେଶ ଦେଇଛନ୍ତି l ଏପରି ତ୍ରୁଟିପୂର୍ଣ୍ଣ ନିଯୁକ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶକୁ ପ୍ରାଥମିକ ଶିକ୍ଷକମାନେ ସ୍ବାଗତ କରିଛନ୍ତି। ତେବେ ରାଜ୍ୟସାରା ଗୋଟିଏ ନିୟମରେ ପଦୋନ୍ନତି ୬।୫।୨୦୨୩ ଚିଠିକୁ ପ୍ରତ୍ୟାହାର ଓ ୨୦୧୧ ପୂର୍ବରୁ ନିଯୁକ୍ତି ପାଇ ପରେ ଉଚ୍ଚ ଶିକ୍ଷା ହାସଲ କରିଥିବା ଶିକ୍ଷକଙ୍କ କ୍ଷେତ୍ରରେ ଓଟିଇଟି ବାଧ୍ୟତାମୂଳକ ନିର୍ଦ୍ଦେଶକୁ ବାତିଲ କରିବା ସହିତ ପୂର୍ବ ତିନୋଟି ପଦୋନ୍ନତି ପରି ଏବେର ପଦୋନ୍ନତିକୁ କାର୍ଯ୍ୟକାରୀ କରିବା ପାଇଁ ଦାବି ଉଠିଛି। ପ୍ରାଥମିକ ଶିକ୍ଷକମାନଙ୍କର ଦାବିକୁ ପୂରଣ କରିବା ପାଇଁ ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ପୂର୍ବତନ ସାଧାରଣ ସମ୍ପାଦକ ଶେଖ ଅବଦୁଲ ଖାଲିକ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏଭଳି ସ୍ଥଳେ ରହିତାଦେଶକୁ ଅବମାନନା କରି ନୟାଗଡ଼ ଜିଲାରେ ଗତ ୧୭।୬।୨୦୨୩ରେ ପଦୋନ୍ନତି ଦିଆଯାଇଛି ବୋଲି ଅଭିଯୋଗ ଉଠିଛି।
ସୂଚନାଯୋଗ୍ୟ, ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ସହିତ ଓଟିଇଟି ପାସ କରିବା ୧୧।୨।୨୦୧୧ଠାରୁ ବାଧ୍ୟତା ମୂଳକ କରାଯାଇଛି । ୨୦୧୧ ପରଠାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ପଞ୍ଚମ ବର୍ଗ ଚାକିରି ଆରମ୍ଭ ଲେଭଲ – ପାଞ୍ଚ (କ) ହୋଇଥିବା ବେଳେ ପରବର୍ତ୍ତୀ ବର୍ଗକୁ ଲେଭଲ ପାଞ୍ଚ (ଖ) ଧରାଯାଇଛି । ଲେଭଲ ପାଞ୍ଚ (ଖ)ରେ ୨ ପ୍ରକାର ଶିକ୍ଷକ ପଦୋନ୍ନତି ପାଇବେ । ସ୍ନାତକ ସହିତ ବିଏଡ୍ ବା ସିଟି ଯୋଗ୍ୟତାଙ୍କ ପାଇଁ ଗୋଟିଏ ବର୍ଗ ହୋଇଥିବା ବେଳେ ମାଟ୍ରିକ ସିଟି ବା ଆଇଏ ସିଟିକୁ ଆଉ ଏକ ବର୍ଗରେ ସାମିଲ କରାଯାଇଛି । ପ୍ରଥମ ବର୍ଗକୁ ବିଷୟଭିତ୍ତିକ ଶିକ୍ଷକ ଓ ଅନ୍ୟ ବର୍ଗକୁ ସାଧାରଣ ଶିକ୍ଷକ ବା ବରିଷ୍ଠ ଶିକ୍ଷକ କୁହାଯାଉଛି । ଶିକ୍ଷକ ଲେଭଲ ପାଞ୍ଚ(ଖ)ରୁ ପୁଣି ପଦୋନ୍ନତି ପାଇ ପ୍ରଥମ ବର୍ଗର ଶିକ୍ଷକ ବିଏ ବିଏଡ୍ ବା ବିଏ ସିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲେଭଲ- ଚାରି ବିଷୟଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ପାଇବେ। ଅନ୍ୟ ବର୍ଗ ଯଥା ଆଇଏ ସିଟି ଓ ମାଟ୍ରିକ ସିଟି ଶିକ୍ଷକ ଲେଭଲ ଚାରି ହୋଇ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ହେବେ । ଏହା ୨୦୧୯ ସଂଶୋଧିତ କ୍ୟାଡର ନିୟମ ଅନୁଯାୟୀ ଚାଲି ଆସୁଥିଲା। କିନ୍ତୁ ରାଜ୍ୟ ସରକାର ଚଳିତ ବର୍ଷର ପଦୋନ୍ନତି ପ୍ରକ୍ରିୟାକୁ ୩୧।୫।୨୦୨୩ ସୁଦ୍ଧା ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ l ସେହି ଅନୁଯାୟୀ ସବୁ ଜିଲା ଶିକ୍ଷା କାର୍ଯ୍ୟାଳୟରେ କାମ ଆରମ୍ଭ ହୋଇ ଚୂଡ଼ାନ୍ତ ଅନୁମୋଦନ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପଦୋନ୍ନତି ତାଲିକା ପଠା ଯାଇଥିଲା ା ହେଲେ ପଦୋନ୍ନତି ତାଲିକାକୁ ନିର୍ଦ୍ଦେଶାଳୟ ଅନୁମୋଦନ କରିବା ପରିବର୍ତ୍ତେ ପକାଇ ରଖି ୬।୫।୨୦୨୩ରେ ଆଉ ଏକ ନିର୍ଦ୍ଦେଶନାମା ପ୍ରକାଶ କଲେ । ଏଥିରେ କୁହାଗଲା ଯେ ଯେଉଁମାନେ ଚତୁର୍ଥ ବର୍ଗରୁ ତୃତୀୟ ବର୍ଗ ପ୍ରଧାନଶିକ୍ଷକକୁ ପଦୋନ୍ନତି ପାଇବେ ସେମାନେ ଯଦି ୨୦୧୧ ମସିହା ପରେ ସ୍ନାତକ ବା ବିଏଡ୍ ଯୋଗ୍ୟତା ହାସଲ କରିଛନ୍ତି ତେବେ ଓଟିଇଟି ୨ ପାସ କରିବା ବାଧ୍ୟତାମୂଳକ । ପୁଣି ପ୍ରଥମ ନିଯୁକ୍ତିକୁ ବରିଷ୍ଠତା ବଦଳାଯାଇ ଓଟିଇଟି ଉତ୍ତୀର୍ଣ୍ଣ ଦିନଠାରୁ ବରିଷ୍ଠତା ଗଣନା କରାଯାଇ ପଦୋନ୍ନତି ତାଲିକା ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ ଦେଲେ । ନୂଆ ନିୟମ ଅନୁଯାୟୀ ତାଲିକା ପ୍ରସ୍ତୁତ ବେଳେ ପାଖାପାଖି ୩୦ ପ୍ରତିଶତ ଶିକ୍ଷକ ଶିକ୍ଷୟିତ୍ରୀ ପଦୋନ୍ନତିରୁ ବାଦ ପଡିଛନ୍ତି । ପୁଣି ୨୦୧୧ ପୂର୍ବ ନିଯୁକ୍ତି ଶିକ୍ଷକଙ୍କ ପାଇଁ ଓଟିଇଟି ପାସର ନିୟମ ନାହିଁ। ଏପରିସ୍ଥଳେ ପଦୋନ୍ନତି ବଞ୍ଚିତ ଶିକ୍ଷକମାନେ ଅଦାଲତର ଆଶ୍ରୟ ନେଇ ରହିତାଦେଶ ଆଣିଛନ୍ତି। ପୂର୍ବରୁ ଭଦ୍ରକ, ଢେଙ୍କାନାଳ ଓ କନ୍ଧମାଳ କେବଳ ପଦୋନ୍ନତି ଦେଇଥିବା ବେଳେ ରହିତାଦେଶ ପରେ ଅନ୍ୟ ଜିଲାରେ ପଦୋନ୍ନତି ହୋଇପାରିବ ନାହିଁ। ତେବେ ନୟାଗଡ଼ ଜିଲାରେ ପଦୋନ୍ନତି ସୁତାଖିଅରେ ଝୁଲିଲା ବୋଲି କୁହାଯାଉଛି।
Posted inHome, Home Left, ଆମ ଜିଲା ଖବର, ନୟାଗଡ଼ View All

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ
ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ
ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା...

ଝିପିଝିପି ବର୍ଷାରେ ବିଦ୍ୟୁତ କାଟ: ଘଣ୍ଟାଘଣ୍ଟା ଧରି ଅନ୍ଧାରରେ ଅଞ୍ଚଳବାସୀ
ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ ): ସାମାନ୍ୟ ଝିପିଝିପି ବର୍ଷାରେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ୍ କାଟ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି...

ଅକ୍ଷର ପଟେଲଙ୍କୁ ୧୨ଲକ୍ଷ ଜରିମାନା
ନୂଆଦିଲ୍ଲୀ, ୧୪ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍ ଗେମ୍ରେ ସ୍ଲୋ ଓଭର ରେଟ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲକଙ୍କୁ ୧୨ ଲକ୍ଷ ଟଙ୍କ...

ସିଏସ୍କେରେ ଯୋଗ ଦେବେ ଆୟୁଷ
ଚେନ୍ନାଇ,୧୩ା୪: ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଦଳରେ ଯୋଗ ଦେବେ। ଏଲବୋରେ ଫ୍ରାଚକର ଯୋଗୁ ଗାଏକ୍ୱାଡ...

ମହୋତ୍ସବର ଦ୍ୱିତୀୟ ଦିନ: ଚଳଚ୍ଚିତ୍ର ଦେଖିଲେ ୧୫ ଶହ ଛାତ୍ରୀଛାତ୍ର
ଭବାନୀପାଟଣା,୧୪ା୪(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଶନରେ ଚାଲିଥିବା ଅନ୍ତର୍ଜାତୀୟ ଶିଶୁ ଓ ଯୁବ ଚଳଚ୍ଚିତ୍ର ମହୋତ୍ସବ ସୋମବାର...

‘ଆମ ରୁଚି ଆମ ଖାଦ୍ୟ’ ସମାରୋହ ପିଠାପଣା ଆମ ସଂସ୍କୃତିର ଏକ ଅଙ୍ଗ
ନୂଆପଡ଼ା,୧୪ା୪ (ମକାରୁ ବେମାଲ): ଖାଦ୍ୟ ପରମ୍ପରା ହେଉଛି ଆମ ଓଡ଼ିଆ ସଂସ୍କୃତିର ଅବିଚ୍ଛେଦ୍ୟ ଅଂଶ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାରଙ୍କ ନଗର...

ୱାକଫ୍ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ପୁଣି ହିଂସା, ଦକ୍ଷିଣ ୨୪ ପରଗନା ଜିଲାରେ ପୋଲିସ ଗାଡ଼ି ପୋଡ଼ିଦେଲେ ଲୋକେ
ନୂଆଦିଲ୍ଲୀ,୧୪ା୪: ୱାକଫ ସଂଶୋଧନ ଆଇନ ବିରୋଧରେ ସୋମବାର (୧୪ ଏପ୍ରିଲ, ୨୦୨୫) ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖାଦେଇଛି। ଦକ୍ଷିଣ ୨୪ ପରଗନାର ଭାଙ୍ଗରରେ, ପ୍ରଦର୍ଶନକାରୀମାନେ...