Advertisement

ବାଲିଯାତ୍ରାକୁ ନେଇ ବଡ଼ ରାୟ ଦେଲେ ହାଇକୋର୍ଟ: ଏଥର ଏମିତି ହେବ…

କଟକ,୭।୧୧(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଗୁରୁବାର ବଡ଼ ରାୟ ଦେଇଛନ୍ତି ହାଇକୋର୍ଟ। ଚଳିତ ବର୍ଷ ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ସୂଚନାଯୋଗ୍ୟ,ହାଇକୋର୍ଟ ବାଲିଯାତ୍ରା ପ୍ରସଙ୍ଗରେ ଶୁଣାଣି କରି ଉପର ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ବାଲିଯାତ୍ରା ହେବ। ଆସନ୍ତା ବର୍ଷ କେବଳ ତଳ ପଡ଼ିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପଦକ୍ଷେପ ନେବ। ଏହାସହ ଭିଡ଼ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ସ୍ବତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ। ରାସ୍ତା କଡ଼ ଓ ଫୁଟପାଥ ଉପରେ ବ୍ୟବସାୟକୁ କୋର୍ଟ ସମ୍ପୂର୍ଣ୍ଣ ବାରଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share