ପୌର ନିର୍ବାଚନ: ଅଡୁଆରେ ସରକାର

ଭୁବନେଶ୍ୱର,୨୪।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗୁରୁବାର ସରିଯାଇଛି। ତେବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏବେ ଅଡୁଆ ବଢିଛି। ଓବିସି ସଂରକ୍ଷଣ ନେଇ ହାଇକୋର୍ଟ ପକ୍ଷରୁ ଦାୟର ମାମଲାରେ ନୋଟିସ ଜାରି ହୋଇଛି। ରାଜ୍ୟ ନିର୍ବାଚନ କମିଶନ, ଓବିସି କମିଶନ, ରାଜ୍ୟ ସରକାରଙ୍କୁ ଏନେଇ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ଜୁଲାଇ ମାସରେ ଏହାର ପରବର୍ତ୍ତୀ ଶୁଣାଣି ହେବ। ପୌର ନିର୍ବାଚନରେ ଓବିସି କୋଟା ଉଚ୍ଛେଦ ପାଇଁ ଅଧ୍ୟାଦେଶ ହୋଇଥିଲା। ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ୨ ପୂର୍ବତନ କର୍ପୋରେଟର ହାଇକୋର୍ଟ ଆସିଥିଲେ।

Share