ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ

କଟକ ଅଫିସ,୧୮।୪(ବ୍ୟୁରୋ): କେନ୍ଦୁଝର ଜିଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ହାଜର ନିର୍ଦ୍ଦେଶ ଉପରେ ରହିତାଦେଶ ଲାଗିଛି । କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ଜିଲାପାଳଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଆଗକୁ ନେଇ ପାରିବେ ବୋଲି କହିଛନ୍ତି । ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି । ବାରମ୍ବାର ନୋଟିସ ସତ୍ତ୍ୱେ ଜିଲାପାଳ ହାଜର ହେଉ ନ ଥିଲେ । ଏ ନେଇ କମିଶନ ୱାରେଣ୍ଟ ଜାରି କରିଥିଲେ । ଜିଲାପାଳଙ୍କୁ ହାଜର କରାଇବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ। କମିଶନଙ୍କ ଏହି ନୋଟିସକୁ ଚ୍ୟାଲେଞ୍ଜ କରି ଜିଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନାଯୋଗ୍ୟ, ଏକ ବର୍ଷ ହେବ କେନ୍ଦୁଝର ଆଦିବାସୀ ସଂଗଠନ ବିଭିନ୍ନ ସମସ୍ୟା ନେଇ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ। ଆଉ ଆୟୋଗ ତରଫରୁ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ନୋଟିସ ଏବଂ ବାରମ୍ବାର ସମନ ସତ୍ତ୍ୱେ ଶୁଣାଣି ସମୟରେ ଜିଲାପାଳ ହାଜର ହେଉ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମିନଙ୍କୁ ନିଲମ୍ବିତ ପରେ ତହସିଲଦାରଙ୍କୁ ବଦଳି

ରେଢାଖୋଲ ୧୯।୧୧(ଅଚ୍ୟୁତାନନ୍ଦ ପୁରୋହିତ): ରେଢାଖୋଲ ଜୋନ-୨ ନମ୍ବର ଜିଲାପରିଷଦ ସଭ୍ୟ ଶରତ ପ୍ରଧାନଙ୍କୁ ତହସିଲଦାର ଦେବାଶିଷ ପାତ୍ର ଦୁର୍ବ୍ୟବହା କରିବା ଘଟଣା ମହଙ୍ଗା ପଡିଛି। ରାଜସ୍ବ...

୬ଷ୍ଠରୁ ୧୦ମ ଛାତ୍ରୀଙ୍କୁ ମିଳୁନି ନାପ୍‌କିନ

ମହାକାଳପଡ଼ା, ୧୯ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ ସରକାର ଶାସନ ସମୟରେ ଛାତ୍ରୀଛାତ୍ରମାନଙ୍କୁ ମାଗଣାରେ ନାପକିନ ବଣ୍ଟନ କରିବାକୁ ନିର୍ଦ୍ଦେଶ ଥିଲା। ହେଲେ ୬ଷ୍ଠରୁ ୧୦ମଶ୍ରେଣୀ ଛାତ୍ରୀଙ୍କୁ...

ଦୁର୍ଘଟଣା ପରେ ଜଳିଗଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌

ଉଦଳା,୧୯।୧୧: ମୟୁରଭଞ୍ଜ ଜିଲା ଉଦଳା ଥାନା ପୋଡ଼ାଡ଼ିହାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ...

ଗଞ୍ଜାମରେ ବଢୁଛି ଶକ୍ତି: ଭାଜପାରେ ମିଶିଲେ ୪ ସମିତି ସଭ୍ୟ

ଆସିକା,୧୮ା୧୧(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନ ଜୋର୍‌ଦାର ଚାଲିଛି। ସୋମବାର ଆସିକା ବ୍ଲକ...

ଅନାସ୍ଥାରେ ହାରିଲେ ଏନ୍‌ଏସି ଉପାଧ୍ୟକ୍ଷା: ବିରୋଧୀଙ୍କୁ ଦେଇଦେଲେ ନିଜ ଭୋଟ୍‌

ବେଲଗୁଣ୍ଠା,୧୮ା୧୧(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସି ଉପାଧ୍ୟକ୍ଷା ଟି. ବବିତା କୁମାରୀ ସୋମବାର ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଗତ ୬ ତାରିଖରେ କାଉନସିଲମାନେ...

ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ

ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର...

ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌...

ନିଆଁ ଲାଗି ଜଳିଗଲା ହୋଟେଲ

ଏମ୍‌ଭି ୭୯,୧୮ା୧୧(ଭିକି ବାରିକ): ମାଲକାନଗିରି ଜିଲା ଏମ୍‌ଭି ୭୯ ଶିବମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ଜଳି ଯାଇଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri