କଟକ ଅଫିସ, ୧୦।୭: କରୋନାର ଦ୍ୱିତୀୟ ଲହର ସମୟରେ ବୁର୍ଲା ଭିମସାରରେ ସଂକ୍ରମିତଙ୍କ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପାଇଁ ଶନିବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୮ରେ ହେବ।
ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ବେଳେ ଭିମସାରରେ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢୁଥିବା ବରଗଡର ଆଇନ ଛାତ୍ର ଜ୍ଞାନଦତ୍ତ ଚୌହାନ ଜନସ୍ବାର୍ଥ ମାମଲା କରିଥିଲେ ।