ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା : ୨୦୨୨ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୧୪।୧୧: ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା। ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୨୦୧୬ ପଲିସି ଅନୁସାରେ ରେଜଲ୍ଟ ପ୍ରକାଶ କରାଯିବା ସହ ସବୁ ପରୀକ୍ଷାର୍ଥୀଙ୍କ ମାର୍କ ମଧ୍ୟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ସପ୍ତାହରେ ଏଏସ୍‌ଓ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଏହି ପରୀକ୍ଷାଫଳକୁ ନେଇ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ପରୀକ୍ଷାଫଳରେ ତ୍ରୁଟି ଦର୍ଶାଇ ଏକାଧିକ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ଯାହାକୁ ନେଇ ସୋମବାର ମାମଲାର ଶୁଣାଣି କରିଛନ୍ତି।

Share