Categories: ଜାତୀୟ

ରାଜ୍ୟ ସରକାରଙ୍କୁ ୨ଲକ୍ଷ ଟଙ୍କା ଜରିମାନା କଲେ ହାଇକୋର୍ଟ

କୋଲକାତା,୨୬।୪: ଜଣେ ବ୍ୟକ୍ତିଙ୍କୁ ଅବୈଧ ଗିରଫ କରି ଅଡୁଆରେ ପଶ୍ଚିମବଙ୍ଗ ସରକାର। କୋଲକାତା ହାଇକୋର୍ଟ ମଙ୍ଗଳବାର ସରକାରଙ୍କୁ ୨ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି।
ହାଇକୋର୍ଟ କହିଛନ୍ତି, ଯଦି ସରକାର ନିଜ କ୍ଷମତାର ଅପବ୍ୟବହାର କରି ସାଧାରଣ ନାଗରିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତି ତେବେ ସରକାରଙ୍କୁ ଦଣ୍ଡ ଶୁଣାଇବା ପାଇଁ କୋର୍ଟ ସଂକୋଚ କରିବ ନାହିଁ।
ସୂଚନାଯୋଗ୍ୟ, ୨୦୨୨ ନଗର ନିଗମ ନିର୍ବାଚନରେ ବିଶାଲ ନାମକ ବ୍ୟକ୍ତି ତାଙ୍କ ସମ୍ପର୍କୀୟ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରିଥିଲେ। ତେଣୁ ତାଙ୍କୁ ଗିରଫ କରାଯାଇଥିଲା। କୋଲକାତା ହାଇକୋର୍ଟ ବେଞ୍ଚ ଶୁଣାଣି ସମୟରେ ଏଫ୍‌ଆଇଆରରେ ହୋଇଥିବା ତ୍ରୁଟିକୁ ଉଲ୍ଲେଖ କରିଥିଲେ।

Share