ହାଇକୋର୍ଟ ଗଲେ ପ୍ରଦୀପ, ଆକାଶ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଠକେଇ ମାମଲାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଆଇଏଫସ୍‌ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ। ତେବେ ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଜେଲ୍‌ ଯାଇଥିବା ଆକାଶଙ୍କୁ ଏବେ କ୍ରାଇମବ୍ରାଞ୍ଚ ୫ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି। ତେବେ ରିମାଣ୍ଡ ଅବଧି ନ ସରୁଣୁ ଆକାଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ଆକାଶ ତାଙ୍କ ଓକିଲଙ୍କ ଜରିଆରେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି। ପୂର୍ବରୁ ବାପା ଅଭୟକାନ୍ତ ମଧ୍ୟ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଏହି ଠକେଇ ଲିଙ୍କ୍‌ରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ହାଇକୋର୍ଟରେ ପହଞ୍ଚତ୍ଛନ୍ତି। ତାଙ୍କ ଓକିଲଙ୍କ ସହ ସାକ୍ଷାତ୍‌ କରାଇବା ନିମନ୍ତେ ସୁଯୋଗ ଦେବାକୁ ସେ ହାଇକୋର୍ଟରେ ରିଟ୍‌ ଫାଇଲ କରିଛନ୍ତି।

Share