ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ ହାଇକୋର୍ଟ

କଟକ ଅଫିସ,୮।୧୦: ଓଡ଼ିଶା ହାଇକୋର୍ଟ ଶନିବାରଠାରୁ ୨୫ ଯାଏ ବନ୍ଦ ରହିବ। ଦୁର୍ଗାପୂଜା ଅବକାଶ ସମୟରେ ଅକ୍ଟୋବର ୧୧,୧୬,୧୮,୨୧ ଓ ୨୨ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡ଼ିକର ଶୁଣାଣି କରିବେ। କୋଭିଡ୍‌ କଟକଣା ମାନି ସକାଳ ୧୧ଟାରୁ ଅପରାହ୍ନ ୩ ମଧ୍ୟରେ ଜରୁରୀ ମାମଲାଗୁଡ଼ିକର ଶୁଣାଶି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Share