Advertisement

ଅକ୍ଟୋବର ୫ରେ ଖୋଲା ରହିବ ହାଇକୋର୍ଟ

କଟକ,୬ା୯ (କାର୍ତ୍ତିକ ସାହୁ):ଆସନ୍ତା ଅକ୍ଟୋବର ୫ ତାରିଖକୁ କାର୍ଯ୍ୟ ଦିବସ ଭାବେ ହାଇକୋର୍ଟ ଘୋଷଣା କରିଛନ୍ତି। ଶନିବାର ଛୁଟି ଦିବସ ହୋଇଥିବାବେଳେ ତାହାକୁ କାର୍ଯ୍ୟ ଦିବସରେ ପରିଣତ କରିବା ପାଇଁ ହାଇକୋର୍ଟ ଘୋଷଣା କରିଛନ୍ତି। ଫଳରେ ସବୁଦିନିଆ କାର୍ଯ୍ୟ ଦିବସ ଭଳି ଉକ୍ତ ଦିନ ହାଇକୋର୍ଟର କାର୍ଯ୍ୟ ଚାଲୁରହିବ। ନୂଆଖାଇ ପର୍ବ ପାଇଁ ଆସନ୍ତା ୯ରେ ହାଇକୋର୍ଟ ଛୁଟି ରହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share