ପାରଳାଖେମୁଣ୍ଡି,୨୬।୯(ଡି.ଏନ୍.ଏ.): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନମାନଗଡ଼ ଓ ଅଜୟଗଡ଼ ରାସ୍ତାର ପାହାଡ ଧସିଥିବା ରବିବାର ଦେଖିବାକୁ ମିଳିଛି। ବର୍ଷା ଯୋଗୁ ଅତଡା ଖସିଥିବା ସୂଚନା ମିଳିଛି। ତେଣୁ ନମାନଗଡ଼ଠାରୁ ଅଜୟଗଡ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି। ଜିଲା ପ୍ରଶାସନ ପକ୍ଷରୁ ରାସ୍ତା ଅବରୋଧ ହଟାଇବା ପାଇଁ ଏକ ସ୍ବତନ୍ତ୍ର ଟିମ ସେଠାକୁ ପଠାଯାଇ ଉଦ୍ୟମ ଜାରି ରହିଛି। ଯେପରି ସେଠାରେ କିଛି ବଡଧରଣର ଅଘଟଣ ନ ଘଟେ ସେଥିପାଇଁ ଜିଲା ପ୍ରଶାସନ ଉଦ୍ୟମ ଜାରି ରଖିଛି।