ଆଜି ରିଲିଜ ହେବ ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର,୧୩।୧(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପାନୋରମା ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିବ। ଓଡ଼ିଆ ଭାଷାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ବିପୁଳ ସଫଳତା ପରେ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି। ଗତ ଗୁରୁବାର ପାନୋରମା ଷ୍ଟୁଡିଓ ସହ ଏ ନେଇ ଚୁକ୍ତିନାମା ହୋଇଥିଲା। ହୀନ୍ଦି ଟ୍ରେଲର ରିଲିଜ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟ୍ରେଲର ରିଲିଜ ପରେ ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ଜଣାପଡ଼ିବ।

Share