ଦର୍ଶକଙ୍କ ପାଇଁ ଖୁସିଖବର: ଓଟିଟିରେ ରିଲିଜ୍‌ ହେଲା ‘କାନ୍ତାରା’ର ହିନ୍ଦୀ ଭର୍ସନ

ଚଳଚ୍ଚିତ୍ର ନିର୍ଦ୍ଦେଶକ ଋଷବ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ଦର୍ଶକଙ୍କଠାରୁ ଭଲ ପାଇବା ପାଇଛି। ଏହି ଫିଲ୍ମ ଚଳିତ ବର୍ଷ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛି। ଭାରତ ତଥା ବିଦେଶରେ ଏହି ଚଳଚ୍ଚିତ୍ର ବହୁତ ଭଲ ପ୍ରତିକ୍ରିୟା ପାଇଥିଲା। ନିକଟରେ ‘କାନ୍ତାରା’ ତାମିଲ,ତେଲୁଗୁ,କନ୍ନଡ ଏବଂ ମାଲାୟାଲାମ ଭାଷାରେ ଓଟିଟିରେ ରିଲିଜ୍‌ ହୋଇଥିଲା ବେଳେ ହିନ୍ଦୀ ଦର୍ଶକଙ୍କୁ ଆଉ ଟିକେ ଅପେକ୍ଷା କରିବାକୁ ହେବ ବୋଲି କୁହାଯାଇଥିଲା। ବର୍ତ୍ତମାନ ଆଉ ଅପେକ୍ଷା କରିବାକୁ ହେବ ନାହିଁ କାହିଁକି ନା ‘କାନ୍ତାରା’ ଶୁକ୍ରବାର ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ହିନ୍ଦୀରେ ପ୍ରସାରିତ ହୋଇଛି। ‘କାନ୍ତାରା’ ସେପ୍ଟେମ୍ବର ୩୦ରେ ପ୍ରେକ୍ଷାଳୟକୁ ଆସିଥିଲା। ଯାହା ରେକର୍ଡ ସଂଖ୍ୟକ ଆୟ ମଧ୍ୟ କରିଛି।

Share