ରିଲିଜ୍‌ ହେବ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ତେବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍‌ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ ଜାନୁୟାରୀ ୨୬ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମକୁ ତ୍ରିଭିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ ‘ବୈକୁଣ୍ଠପୁରମ୍‌’୨୦୨୦ରେ ସୁପରହିଟ୍‌ ହୋଇଥିଲା। ବର୍ତ୍ତମାନ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେଉଥିବା ଏହି ଫିଲ୍ମଟି ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଅନ୍ୟତମ। ତେବେ ଅଲ୍ଲୁଙ୍କ ନୂଆ ଫିଲ୍ମ ପୁଷ୍ପା ସୁପରହିଟ୍‌ ହେବା ପରେ ନିର୍ମାତା ଫିଲ୍ମ‘ବୈକୁଣ୍ଠପୁରମ୍‌’ କୁ ହିନ୍ଦୀ ଭର୍ସନରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 

Share