‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ ଆସିଲେ ଫିଲ୍ମ ‘ଶେହଜାଦା’ ଉପରେ କୌଣସି ପ୍ରଭାବ ପଡିବ ନାହିଁ: ନିର୍ମାତା

ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ବଡ଼ ସଫଳତା ପାଇବା ପରେ ଏବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍‌ ଫିଲ୍ମ ‘ବୈକୁଣ୍ଠପୁରମ୍‌’ ଜାନୁୟାରୀ ୨୬ରେ ହିନ୍ଦୀରେ ରିଲିଜ୍‌ କରାଯିବ। ଅଲ୍ଲୁଙ୍କ କ୍ରମାଗତ ହିଟ୍‌ ହେଉଥିବା ଫିଲ୍ମ ହିନ୍ଦୀ ଦର୍ଶକଙ୍କୁ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଆଡକୁ ଟାଣି ନେଉଛି। ଯାହା ବଲିଉଡ୍‌ ଫିଲ୍ମ ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଉଛି। ନିକଟରେ ଅଲ୍ଲୁଙ୍କ ଫିଲ୍ମ ପୁଷ୍ପା:ଦି ରାଇଜ ପାର୍ଟ-୧ ବକ୍ସ ଅଫିସରେ ଧମାଲ କରୁଛି। ଅଳ୍ପ କିଛି ଦିନରେ ଫିଲ୍ମଟି ହିନ୍ଦୀ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ ହୋଇଥିଲା।

ଏହି ଖବର ପରେ ଅନୁମାନ କରାଯାଉଛି ବଲିଉଡରେ ‘ବୈକୁଣ୍ଠପୁରମ୍‌’ ହିନ୍ଦୀ ରିମେକ ‘ଶେହଜାଦା’ ଖୁବ୍‌ଶୀଘ୍ର  ପରଦାକୁ ଆସିବ। ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ ଏବଂ କ୍ରିତି ସାନନ ନଜର ଆସିବେ। ତେବେ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ ଆସିଲେ ଏହା ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ‘ଶେହଜାଦା’ର ନିର୍ମାତା ମନୀଷ ଶାହା ଏହା ଉପରେ ନିଜ ମତ ରଖିଛନ୍ତି । ଏହି ଫିଲ୍ମଟି ‘ଶେହଜାଦା’କୁ କୌଣସି ପ୍ରକାର ପ୍ରଭାବିତ କରିବ ନାହିଁ। ମନୀଷ ଶାହା ଆହୁରି କହିଛନ୍ତି, ‘ଶେହଜାଦାରେ ଆଗ ଧାଡିର ଷ୍ଟାର୍‌ସ କାମ କରୁଛନ୍ତି ଏବଂ ଏହା ଏକ ବଡ଼ ଆକାରରେ ତିଆରି ହେଉଛି। ନିଶ୍ଚିତ ଭାବରେ ଏହି ଫିଲ୍ମଟି ଭଲ କରିବାକୁ ଯାଉଛି ଏବଂ ଏଥିପାଇଁ ଆମକୁ କୌଣସି ପ୍ରକାରର ଡର ନାହିଁ।’

 

Share