Posted inଜାତୀୟ

ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ

କାଠମାଣ୍ଡୁ,୬।୨(ପି.ଟି.): ହିନ୍ଦୁକୁଶ ହିମାଳୟ ଅଞ୍ଚଳର ଜୈବମଣ୍ଡଳ ଭୁଶୁଡ଼ିବାର ଦ୍ୱାରଦେଶରେ ବୋଲି ବୈଜ୍ଞାନିକମାନେ ସୋମବାର ଘୋଷଣା କରିଛନ୍ତି। ପୃଥିବୀର ଏହି ସର୍ବାଧିକ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳର ପ୍ରକୃତି କ୍ଷୟକୁ ରୋକିବାକୁ ହେଲେ ଦୃଢ଼ ପଦକ୍ଷେପ ସହ ତୁରନ୍ତ ଆର୍ଥତ୍କ ବ୍ୟବସ୍ଥା କରିବା ନିମନ୍ତେ ବିଶ୍ୱ ଜୈବବିବିଧତା ବିଶେଷଜ୍ଞମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆହ୍ବାନ ଦିଆଯାଇଛି। ହିନ୍ଦୁକୁଶ ହିମାଳୟ ଅଞ୍ଚଳ ଭାରତ ସମେତ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚାଇନା, ମ୍ୟାନ୍‌ମାର, ନେପାଳ ଓ ପାକିସ୍ତାନକୁ ନେଇ ୩,୫୦୦ କିଲୋମିଟର ଅଞ୍ଚଳକୁ ବ୍ୟାପିଥିବାବେଳେ ଏହାର ପ୍ରକୃତି ଓ ସେଠାରେ ବସବାସ କରୁଥିବା ଜୀବଜନ୍ତୁଙ୍କ ସଂଖ୍ୟା ଦ୍ରୁତ ହ୍ରାସ ପାଇଚାଲିଛି। ଏହି ଅଞ୍ଚଳରେ ପୃଥିବୀର ୩୬ଟି ବୈଶ୍ୱିକ ଜୈବବିବିଧତା ହଟ୍‌ସ୍ପଟ୍‌ ରହିଛି। ତଥାପି ସେଠାରେ ବଢ଼ିଚାଲିଥିବା ସଙ୍କଟକୁ ରୋକିବା ଦିଗରେ କୌଣସି ଉଦ୍ୟମ ହେଉନାହିଁ। ଗତ ୧୦୦ ବର୍ଷ ମଧ୍ୟରେ ମୂଳ ଜୈବବିବିଧତାର ୭୦ ପ୍ରତିଶତ ଆମେ ହରାଇଲେଣି ବୋଲି ଆଇସିଆଇଏମ୍‌ଓଡିର ଉପମହାନିର୍ଦ୍ଦେଶକ ଇଜାବେଲ୍ଳା କୋଜିଏଲ ବୈଠକରେ କହିଛନ୍ତି।
ନେପାଳ ରାଜଧାନୀ କାଠମାଣ୍ଡୁରେ ୧୩୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞମାନଙ୍କର ବୈଠକ ଡକାଯାଇଥିଲା। ଅନ୍ତର୍ଜାତୀୟ ସମନ୍ବିତ ପର୍ବତ ବିକାଶ କେନ୍ଦ୍ର (ଆଇସିଆଇଏମ୍‌ଓଡି) ପକ୍ଷରୁ ଉପରୋକ୍ତ ଆହ୍ବାନ ଦିଆଯାଇଛି। ଜୈବ ବିବିଧତା ଓ ପରିବେଶ ସେବା ଉପରେ ଆନ୍ତଃସରକାରୀ ବିଜ୍ଞାନ ନୀତି ପ୍ଲାଟ୍‌ଫର୍ମ (ଆଇପିବିଇଏସ୍‌)ର ଏହି ବୈଠକ ୯ ତାରିଖ ଯାଏ ଚାଲିବ। ୧୪୫ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ୨୦୧୨ରେ ପ୍ରତିଷ୍ଠିତ ଆଇପିବିଇଏସ୍‌ ଜଳବାୟୁ ପରିବର୍ତ୍ତନ ଆନ୍ତଃସରକାରୀ ପ୍ୟାନେଲ ଭଳି କାର୍ଯ୍ୟ କରୁଛି। ଜୈବ ବିବିଧତା ଓ ପରିବେଶ ସେବା ପାଇଁ ବିଜ୍ଞାନ-ନୀତି ଇଣ୍ଟରଫେସ୍‌କୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

ସ୍ବାମି ଅଭିମୁକ୍ତେଶ୍ୱରାନନ୍ଦଙ୍କଠାରୁ ଆଶୀର୍ବାଦ ନେଲେ ପରିଣିତି-ରାଘବ

ନୂଆଦିଲ୍ଲୀ,୨୬।୧୦: ଶନିବାର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ମହାରାଜ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି ରାଘବ ଚଢା ଏବଂ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ...

ବିମାନକୁ ବୋମା ଧମକ ପରେ ସହାୟତା ଲୋଡ଼ିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬ା୧୦: କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ବିମାନ କମ୍ପାନୀଗୁଡ଼ିକ ପ୍ରତିଦିନ ବୋମା ଧମକ ଦେଉଥିବା ଗୁଜବ ସମ୍ପର୍କରେ ଏକ ଆଡ୍‌ଭାଇଜରି ଜାରି...

ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ଟାର୍ଗେଟରେ ଅଛନ୍ତି ୟୁପିର ବିଧାୟକ!

ମୁମ୍ବାଇ,୨୬।୧୦: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏପର୍ଯ୍ୟନ୍ତ ଅନେକ ରାଜନେତାଙ୍କୁ ଟାର୍ଗେଟ କରି ହତ୍ୟା କରିନ୍ତି। ନିକଟରେ ମୁମ୍ବାଇରେ ବାବା ସିଦ୍ଦିକୀଙ୍କ ହତ୍ୟା ମାମଲା ସମଗ୍ର ଦେଶରେ...

ଝାଡ଼ଖଣ୍ଡ ନିର୍ବାଚନ ମଇଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନୀ

ନୂଆଦିଲ୍ଲୀ,୨୬।୧୦: ନିର୍ବାଚନ ମଇଦାନରେ ନଜର ଆସିବେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ତାଙ୍କୁ ଦେଖିବାକୁ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ସିଜେଆଇ ହେବା ପୂର୍ବରୁ କ’ଣ କରୁଥିଲେ ଚନ୍ଦ୍ରଚୁଡ଼? ସାକ୍ଷାତ୍‌କାରରେ ମା’ଙ୍କୁ ନେଇ କହିଲେ ଏମିତି କଥା

ନୂଆଦିଲ୍ଲୀ,୨୬।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଅଲ ଇଣ୍ଡିଆ ରେଡିଓ (ଏଆଇଆର) କୁ ଏକ ସାକ୍ଷାତକାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ କହିଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri