କୋରୁକୋଣ୍ଡା,୨୪।୧(ଡି.ଏନ୍.ଏ.): ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ତାରିଖ ଘୋଷଣା ହେବା କ୍ଷଣି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହା ପରେ ନିର୍ବାଚନକୁ ମୁକ୍ତ , ଅବାଧ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଲାଗିଥିବା ବିଭିନ୍ନ ବ୍ୟାନର , ହୋର୍ଡିଙ୍ଗ ଏବଂ ସରକାରଙ୍କ ଯୋଜନାର ପ୍ରଚାର ପ୍ରସାର ପାଇଁ ଲାଗିଥିବା ହୋର୍ଡିଙ୍ଗ ଗୁଡିକୁ ହଟାଇବା ପାଇଁ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କୋରୁକୋଣ୍ଡା ବ୍ଲକ କାର୍ଯ୍ୟ।ଳୟ ପାଚେରୀକୁ ଲାଗି ଗୋଟିଏ ବଡ ହୋର୍ଡିଙ୍ଗ ବର୍ତ୍ତମାନ ସୁଦ୍ଧା ହଟାଯାଇନାହିଁ। ଯାହାକୁ ନେଇ ଉତ୍ତେଜନା ଦେଖା ଦେଇଛି।