ଗଞ୍ଜାମ,୧୬ା୧(ଡି.ଏନ୍.ଏ.): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ସ୍ଥାନରେ ଲାଗିଥିବା ବିଜ୍ଞାପନ ହୋର୍ଡିଂ ଉଠାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ନିର୍ବାଚନ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଅରୁଣ କୁମାର ନାୟକଙ୍କ ପରାମର୍ଶ କ୍ରମେ ଏନ୍ଏସି ପ୍ରଶାସନ ପକ୍ଷରୁ ଏଥିପାଇଁ ଗଞ୍ଜାମ ସହରରେ ଲାଗିଥିବା ବିଭିନ୍ନ ରାଜନୈତିକ ଦଳର ହୋର୍ଡିଂକୁ ଉଠାଯାଇଛି।