ଶାହରୁଖଙ୍କୁ ସାମ୍ନାରେ ଦେଖି ଭାବବିହ୍ବଳ ହୋଇଗଲେ ହଲିଉଡ ଅଭିନେତ୍ରୀ

ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ଏବେ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଚାରି ବର୍ଷ ଧରି ଚଳଚ୍ଚିତ୍ରଠାରୁ ଦୂରରେ ରହିଥିଲେ ମଧ୍ୟ ପ୍ରସଂଶକ ତାଙ୍କୁ ଭୁଲି ନ ଥିଲେ। ଖୁବ୍‌ଶୀଘ୍ର ତାଙ୍କ ଫିଲ୍ମ‘ପଠାନ’ ରିଲିଜ୍‌ ହେବାକୁ ଯାଉଛି। ନିକଟରେ ଶାହରୁଖଙ୍କୁ ସାଉଦି ଆରବରେ ରେଡ୍‌ ସି ଫିଲ୍ମ ଫେସ୍ଟିବାଲ ୨୦୨୨ରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଶାହାରୁଖଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ସୋସିଆଲ ମିଡିଆରେ ଏହି ଉତ୍ସବର ଏକ କ୍ଲିପ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ହଲିଉଡ ତାରକା ଶାରନ ଷ୍ଟୋନ ଶାହାରୁଖଙ୍କୁ ଦେଖି ଖୁସିରେ କାନ୍ଦି ପକାଇଥିଲେ। ତେବେ ଶାହରୁଖ ମଧ୍ୟ ନିଜ ଆସନରୁ ଉଠିଆସି ଶାରନଙ୍କୁ ଅଭିବାଦନ ଜଣାଇଥିଲେ। ଏହା ପରେ ଶାରୋନ ଏକ ଦେଶୀ ଷ୍ଟାଇଲରେ କିଙ୍ଗ୍‌ଖାନଙ୍କୁ ନମସ୍କାର ଜଣାଇଥିଲେ।

Share