ରାଷ୍ଟ୍ରପତିଙ୍କ ସମ୍ମାନ ରହିଲା

ବାରିପଦା, ୫ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲାରେ ଭାଜପାକୁ ବିପୁଳ ଜନସମର୍ଥନ ମିଳିଛି। ଜିଲାର ୯ ବିଧାନସଭା ଓ ଲୋକସଭା ଆସନ ସମେତ ପଡ଼ୋଶୀ କେନ୍ଦୁଝର ଓ ବାଲେଶ୍ୱର ଜିଲାର ଭାଜପା ଲୋକସଭା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭାଜପା ପକ୍ଷରୁ ଦ୍ରୌପଦୀଙ୍କୁ ଦେଶର ସର୍ବୋଚ୍ଚ ଆସନରେ ଅଳଙ୍କୃତ କରାଯାଇଥିବା ବେଳେ ଭୋଟରମାନେ ତାଙ୍କ ସମ୍ମାନ ରକ୍ଷା ପାଇଁ ଭାଜପାକୁ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିତ୍ବା ଆଲୋଚନା ହେଉଛି।

Share