ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ସ୍ଥାନାନ୍ତର ହେବ ଘୋଡ଼ା ମୂର୍ତ୍ତି

ଭୁବନେଶ୍ୱର,୧୭ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତର ହେବ। ଏହା ରାଜଭବନ ଛକକୁ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି। ମାଷ୍ଟରକ୍ୟାଣ୍ଟିନ ରାସ୍ତାକୁ ପ୍ରଶସ୍ତୀକରଣ କରିଯାଉଥିବାରୁ ଏହି ଘୋଡ଼ାକୁ ସ୍ଥାନାନ୍ତର କରାଯିବ। ୬ ମାସ ତଳେ ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲା ସ୍ମାର୍ଟ ସିଟି। ତେବେ ଏହି ପ୍ରସ୍ତାବ ଉପରେ ସଂସ୍କୃତି ବିଭାଗ ଏବେ ମୋହର ମାରିଛି ।

ଏହି ପ୍ରକ୍ରିୟା ପାଇଁ ପ୍ରାୟତଃ ମାସେ ସମୟ ଲାଗିବ। ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନରେ ମଲଟି ମୋଡାଲ ହବ୍‌ ନେଇ ଯୋଜନା ରହିଛି । ଏଥିପାଇଁ ଘୋଡ଼ାକୁ ସ୍ଥାନାନ୍ତରଣ କରାଯିବା ଜରୁରୀ ବୋଲି କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ । କାରଣ ମଲଟି ମୋଡାଲ ହବ ହେବା ପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଏହି ଘୋଡ଼ା ଆଉ ଅଧିକ ଦୃଶ୍ୟମାନ ହେବ ନାହିଁ । ଏହି ସ୍ଥାପତ୍ୟ ଲୁଚିଯିବାର ସମ୍ଭାବନା ଥିବାରୁ ଏହାକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଏହି ଘୋଡ଼ା ସ୍ଥାନାନ୍ତରଣକୁ ବିରୋଧ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ।

Share