ବର୍ଜ୍ୟବସ୍ତୁରେ ଡାକ୍ତରଖାନା ସଂକ୍ରମିତ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ ଏବଂ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୧୬ର କେତେକାଂଶରେ ଉଲ୍ଲଂଘନ ହେଉଛି। ୨୦୨୩ରେ ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ଉଲ୍ଲଂଘନ କରିଥିବା ୩୯ଟି ସରକାରୀ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବିଡମ୍ବନା ଯେ, ଏଯାଏ ରାଜ୍ୟର ବିଭିନ୍ନ ଡାକ୍ତରଖାନାର ୨୪,୩୬୫ ଶଯ୍ୟାରୁ ନିର୍ଗତ ଡାକ୍ତରୀ ବର୍ଜ୍ୟବସ୍ତୁ ବିଶୋଧନ ହୋଇ ପାରିନାହିଁ। ଫଳରେ ସମ୍ପୃକ୍ତ ଡାକ୍ତରଖାନାଗୁଡ଼ିକ ଏବେ ବି ସଂକ୍ରମିତ ହେଉଥିବା ଉକ୍ତ ରିପୋର୍ଟରୁ ଜଳଜଳ ଦିଶୁଛି। ଅନ୍ୟପକ୍ଷେ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ୱାରା ଜଳ, ବାୟୁ ଏବଂ ବିଭିନ୍ନ ଖାଦ୍ୟ ପଦାର୍ଥ କେତେ ମାତ୍ରାରେ ପ୍ରଭାବିତ ହେଉଛି, ସେ ନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପାଖରେ ଖବର ନ ଥିବା ଗତ ବିଧାନସଭାର ଏକ ପ୍ରଶ୍ନର ଉତ୍ତରରୁ ସ୍ପଷ୍ଟ ହୋଇଛି। ବିଶେଷକରି ଯାଜପୁର ଜିଲାର ବ୍ୟାସନଗର ସହରକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଠାରେ ସଂଗ୍ରହ ହେଉଥିବା ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ନ କରି ବ୍ୟାସ ସରୋବର ଅଞ୍ଚଳରେ ପୋଡ଼ି ଦେଉଥିବା ଦେଖିବାକୁ ମିଳିଛି। ଏଭଳି କାର୍ଯ୍ୟ ଆଇନ ବିରୁଦ୍ଧ ହୋଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଇଛି।
ରୋଗୀ ତଥା ରୋଗୀଙ୍କ ପରିବାରବର୍ଗଙ୍କୁ ସଂକ୍ରମଣରୁ ରକ୍ଷା କରିବାକୁ କମନ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଏବଂ ଡିସ୍‌ପୋଜାଲ ଫେସିଲିଟି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ଓଡ଼ିଶାରେ ୬ଟି ଏହି ବ୍ୟବସ୍ଥା ରହିଛି। ସ୍ବାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକରେ ମୋଟ ୫୨,୧୪୦ ଶଯ୍ୟା ରହିଛି ଓ ସେଥିରୁ ୫୩.୩ ପ୍ରତିଶତ ଅର୍ଥାତ ୨୭,୭୭୫ଟି ଶଯ୍ୟାରୁ ନିର୍ଗତ ଡାକ୍ତରୀ ବର୍ଜ୍ୟବସ୍ତୁ ଉପରୋକ୍ତ ଫେସିଲିଟି ବ୍ୟବସ୍ଥାରେ ବିଶୋଧନ ହେଉଛି। ଏହି ମର୍ମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ, ରାଜ୍ୟର ସମସ୍ତ ସ୍ବାସ୍ଥ୍ୟସେବା କେନ୍ଦ୍ରର ଡାକ୍ତରୀ ବର୍ଜ୍ୟବସ୍ତୁକୁ କମନ ବାୟୋ ମେଡିକାଲ ୱେଷ୍ଟ ଟ୍ରିଟମେଣ୍ଟ ଏବଂ ଡିସ୍‌ପୋଜାଲ ଫେସିଲିଟି ବ୍ୟବସ୍ଥାରେ ବିଶୋଧନ କରାଇବା ଲକ୍ଷ୍ୟ ରହିଛି। ଏଥିପାଇଁ ପଦକ୍ଷେପ ନିଆଯାଉଛି ଓ ଯେଉଁଠାରେ ଉକ୍ତ ବ୍ୟବସ୍ଥା କାର୍ଯ୍ୟକ୍ଷମ ଅଛି, ସେମାନଙ୍କ ସେବା ଅଧିକ ଅଞ୍ଚଳରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଅମାତ କହିଛନ୍ତି।
ଡାକ୍ତରୀ ବର୍ଜ୍ୟବସ୍ତୁ ପରିଚାଳନା ନିୟମର ବିଭିନ୍ନ ବିଧିବ୍ୟବସ୍ଥାର ଉଲ୍ଲଂଘନ ହୋଇଥିବା କାରଣରୁ ଗତ ୭ ବର୍ଷରେ ରାଜ୍ୟର ୨୨୭ଟି ସରକାରୀ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ ହୋଇଛି। ତେବେ ୨୦୨୩ରେ ୩୯ ଡାକ୍ତରଖାନା ମଧ୍ୟରୁ କେନ୍ଦୁଝର ଓ ମାଲକାନଗିରି ଜିଲାର ସର୍ବାଧିକ ୯ଟି ଲେଖାଏ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ କରାଯାଇଛି। ତେବେ ଉକ୍ତ ବିଶୋଧନ ପ୍ରକ୍ରିୟା ପାଇଁ ୩୫ ସଂସ୍ଥା ଆବେଦନ କରିଛନ୍ତି। ସେଥିରୁ ମାତ୍ର ୧୪ ସଂସ୍ଥାର ଦରଖାସ୍ତ ପଞ୍ଜୀକୃତ ହୋଇଛି। ଏଥିରୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଅବହେଳା ରହିଥିବା ସନ୍ଦେହ କରାଯାଉଛି। ସୂଚନାଯୋଗ୍ୟ, ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ ଅନୁସାରେ ପ୍ଲାଷ୍ଟିକ ସାଲାଇନ ବୋତଲ, ପରିସ୍ରାନଳୀ, ସିରିଞ୍ଜ, ପ୍ଲାଷ୍ଟିକ ଥଳି, ବ୍ୟବହୃତ ରକ୍ତର ଥଳି, କ୍ୟାଥେଟର ଓ ବ୍ୟବହୃତ ଗ୍ଲୋବ୍ସ, ମଣିଷର କଟା ଅଙ୍ଗ ଇତ୍ୟାଦିକୁ ନ ପୋଡ଼ି ଡଷ୍ଟବିନରେ ପକାଇବା କଥା। ସେହିପରି ବ୍ଲେଡ୍‌, ଛୁଞ୍ଚି, ଭଙ୍ଗା କାଚ ଏବଂ ଅନ୍ୟ ସୂକ୍ଷ୍ମ ବସ୍ତୁ ଆଦି ଜାରକିନରେ ସୁରକ୍ଷିତ ଭାବେ ରଖିବାର ନିୟମ ରହିଛି। ସେହିସବୁକୁ ଡାକ୍ତରଖାନା ଜୈବିକ ବର୍ଜ୍ୟବସ୍ତୁ ବିଶୋଧନାଗାରରେ ବିଶୋଧନ କରିବାର ନିତାନ୍ତ ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟରେ ୨୪ ହଜାରରୁ ଊର୍ଦ୍ଧ୍ୱ ଶଯ୍ୟାରୁ ନିର୍ଗତ ଡାକ୍ତରୀ ବର୍ଜ୍ୟବସ୍ତୁ ବିଶୋଧନ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବୋଲି ମତପ୍ରକାଶ ପାଉଛି।
ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନାରେ ଯାଜପୁର ଜିଲା ବ୍ୟାସନଗର ପୌରପାଳିକା ବିଫଳ ହୋଇଛି। ସହରରୁ ସଂଗ୍ରହ ହେଉଥିବା ବର୍ଜ୍ୟବସ୍ତୁ ବ୍ୟାସସରୋବର ନିକଟ ରେଲୱେ ଲାଇନ କଡ଼ ଏବଂ ବନୀକରଣ ଅଞ୍ଚଳରେ ପାହାଡ଼ ଭଳି ଗଦା ହୋଇଛି। ଏହାସହ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ଅଞ୍ଚଳ ପରିସର ଦେଇ ଚଳାଚଳ କରୁଥିବା ଲୋକଙ୍କ ନାକ ଫାଟି ପଡୁଛି। ଏଥିରେ ପୌରପାଳିକା କର୍ତ୍ତୃପକ୍ଷ କେବଳ ପରିମଳ ସେବାରେ ବ୍ୟତିକ୍ରମ କରୁନାହାନ୍ତି, ବରଂ ଆପରାଧିକ କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri