Categories: ଜାତୀୟ

କନ୍ୟା ସନ୍ତାନ ଜନ୍ମ ହେଲେ ସମସ୍ତ ଖର୍ଚ୍ଚ ବହନ କରିବ ଏହି ହସ୍ପିଟାଲ, ଡେଲିଭରି ନର୍ମାଲ ହେଉ କି ସିଜରିଆନ

ରାୟପୁର,୧୩।୨: ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରିଲା। ଏହି ଅବସରରେ ହସ୍ପିଟାଲ ପ୍ରଥମଥର ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। ଯଦି ହସ୍ପିଟାଲରେ କୌଣସି ମହିଳା କନ୍ୟା ସନ୍ତାନ ଜନ୍ମ କରନ୍ତି ତେବେ ସମସ୍ତ ଖର୍ଚ୍ଚ ହସ୍ପିଟାଲ ପ୍ରଶାସନ ବହନ କରିବେ। ଡେଲିଭରି ନର୍ମାଲ ହେଉ କି ସିଜରିଆନ।

ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିବା ବେଳେ ଏକ ହସ୍ପିଟାଲ ମଧ୍ୟ ମହିଳାଙ୍କୁ ଅଗ୍ରାଧିକାର ଦେଇଛି। ହସ୍ପିଟାଲର ନିର୍ଦ୍ଦେଶକ ତଥା ଡାକ୍ତର ଦେବେନ୍ଦ୍ର ନାୟକ କୁହନ୍ତି, ସରକାର ମହିଳାମାନଙ୍କ ପାଇଁ ଅନେକ ଅଭିଯାନ ଆରମ୍ଭ କରିଛନ୍ତି। ରାୟପୁରର ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରଣ ହେବା ଅବସରରେ କର୍ତ୍ତୃପକ୍ଷ ଏପରି ବ୍ୟବସ୍ଥା କରିଛନ୍ତି। ଯଦି ମହିଳା କନ୍ୟା ସନ୍ତାନ ଜନ୍ମ କରନ୍ତି ତେବେ ଆରୋଗ୍ୟ ପାଇଁ ସେ ଟଙ୍କାଟିଏ ବି ନେବେ ନାହିଁ।
ଏହି ହସ୍ପିଟାଲରେ ସୀମା ବର୍ମା ନାମକ ଜଣେ ମହିଳା କନ୍ୟା ସନ୍ତାନ ଜନ୍ମ କରିଥିବାରୁ ତାଙ୍କ ପାଖରୁ ଟଙ୍କାଟିଏ ନିଆଯାଇନାହିଁ ବୋଲି କହିଛନ୍ତି। ସରକାରଙ୍କ ଯୋଜନା ପରି ଏହି ଯୋଜନା ମୋତେ ବହୁତ ଆନନ୍ଦ ଦେଇଛି ବୋଲି ସୀମା କୁହନ୍ତି।

ଛତିଶଗଡ଼ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା କିରଣମୟୀ ନାୟକ କୁହନ୍ତି, ବାଲାଜୀ ହସ୍ପିଟାଲର ସଂସ୍ଥାପକ ତଥା ଡାକ୍ତର ଦେବେନ୍ଦ୍ର ନାୟକଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଝିଅ କାହା ଉପରେ ବୋଝ ନୁହନ୍ତି, ସେମାନଙ୍କ ପାଇଁ ଜନ୍ମଦିନ ବେଶ୍‌ ଧୂମଧାମରେ ପାଳନ କରାଯିବ ଉଚିତ୍‌। ଫଳରେ କନ୍ୟା ସନ୍ତାନ ଜନ୍ମ ପାଇଁ ଆଉ କେହି ଭୟ କରିବେ ନାହିଁ। ଏହି ବାର୍ତ୍ତା ସମାଜକୁ ଦେଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବହୁତ ବହୁତ ଶୁଭକାମନା।

Share