୪ ବର୍ଷ ହେବ କାର୍ଯ୍ୟକ୍ଷମ ହୋଇପାରୁନି ଛାତ୍ରୀନିବାସ

କଟକ ସଦର,୧୩।୭(ସୁଶାନ୍ତ କୁମାର ଜେନା)କଟକ ସଦର ବ୍ଲକ ଅନ୍ତର୍ଗତ କିଶୋର ନଗର ମହାବିଦ୍ୟାଳୟ ନିକଟରେ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ୪ ବର୍ଷ ହେବ ଶେଷ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। କିଛି ଲୋକ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଥିବାବେଳେ ଆଉ କିଛି ସରକାରଙ୍କୁ ଦୋଷ ଦେଉଛନ୍ତି। ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୬୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅନୁଦାନରେ ୨୦୧୯ ମସିହାରେ ନିର୍ମାଣ କରାଯାଇଥିଲା। ମହାବିଦ୍ୟାଳୟର ନିଜସ୍ବ ଜାଗା ନ ଥିବାରୁ ଜାଗା କିଣାଯାଇ ଛାତ୍ରୀନିବାସ କରାଗଲା। ମାତ୍ର ଏଥିରେ କେହି ଛାତ୍ରୀ ରହିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଉକ୍ତ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ସ୍ଥାନୀୟ ବାସିନ୍ଦା ଅଟନ୍ତି। ତେଣୁ ଛାତ୍ରୀନିବାସ ସେମାନଙ୍କ ପାଇଁ ଜରୁରୀ ଆବଶ୍ୟକ ନୁହେଁ। ଏନେଇ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭୟ କୁମାର ସ୍ବାଇଁ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଛାତ୍ରୀମାନେ ଏଠାରେ ରହି ଖର୍ଚ୍ଚାନ୍ତ ହେବାକୁ ଚାହୁଁନାହାନ୍ତି। ବିକଳ୍ପ କଥା ଚିନ୍ତା କରାଯାଇନାହିଁ ବୋଲି ସେ କହିଥିଲେ।

Share