ପୁଣି ଇଡିରେ ହାଜର ହେଲେ ହୋଟେଲ ମାଲିକ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ବହୁ ଚର୍ଚ୍ଚିିତ ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଶନିବାର ପୁଣି ହୋଟେଲ ମାଲିକ ଶିବ ପ୍ରସାଦ ଦାସ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ରେ ହାଜର ହୋଇଛନ୍ତି। ଏହପୂର୍ବରୁ ଗୁରୁବାର ଶିବ ପ୍ରସାଦଙ୍କୁ ଇଡି ୧୨ ଘଣ୍ଟା ଜେରା କରିଥିଲା। ତଦନ୍ତ ବେଳେ ହୋଟେଲ ତାଜ ଓଡିଶାକୁ ୨୦୧୯ମସିହାରୁ ଅର୍ଚ୍ଚନା ଆସୁଥିବା ଇଡି ଜାଣିବାକୁ ପାଇଥିଲା। ଏହାସହ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ଟଙ୍କା କାରବାର ହୋଇଥିଲା। ଏହାକୁ ନେଇ ଶିବ ପ୍ରସାଦଙ୍କୁ ଦ୍ୱିତୀୟ ଥର ପାଇଁ ଡକାଯାଇଛି।

Share