ଭୁବନେଶ୍ୱର,୧ା୧୨(ବ୍ୟୁରୋ): ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲାରେ ଗୁରୁବାର ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ମାଷ୍ଟରକ୍ୟାଣ୍ଟିନଠାରେ ଥିବା ତାଙ୍କର ଏକ ହୋଟେଲରେ ଡିଲ୍ ହୋଇଥିବା ବୋଲି କୁହାଯାଉଛି। ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଉଭୟ ସେହି ହୋଟେଲରେ ଜଣେ ବ୍ୟକ୍ତିଙ୍କୁ ବ୍ଲାକମେଲିଂ କରିଥିଲେ। ଇଡି ତାଙ୍କୁ ପଚରାଉଚରା ଜାରି ରଖିଛି। ତାଙ୍କଠାରୁ ମଧ୍ୟ ଆଉ କିଛି ତଥ୍ୟ ହାସଲ କରିପାରେ ଇଡି। ଅନ୍ୟପକ୍ଷରେ ବୁଧବାର ମଧ୍ୟ ଅର୍ଚ୍ଚନାଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା।