ଦିଗପହଣ୍ଡି,୨୦ା୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି-ପୋଡ଼ାମାରୀ ରାସ୍ତାରେ ଥିବା ସୀମାଞ୍ଚଳ ଗୌଡ଼ଙ୍କ ଘରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା କଣାପଡ଼ିଛି। ତେବେ ଏହି ଅଘଟଣ ସମୟରେ ଘରର ପରିବାର ଲୋକେ ଅନୁପସ୍ଥିତ ଥିବାରୁ ନିଆଁକୁ ଆୟତ୍ତ କରିବା ପାଇଁ ସାହସ କରିପାରି ନ ଥିଲେ ଗ୍ରାମବାସୀ। ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ଅଧିକାରୀ ପ୍ରଫୁଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଆଗ୍ନିକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ୨୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଉଦ୍ଧାର ହୋଇଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

Share